ଭୁବନେଶ୍ୱର,୧୫/୧: ସିନେମାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଆଇପିଏସ୍ ଅରୁଣ ବୋଥ୍ରା । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି । ମାମାଲା ବିଚାରାଧିନରେ ଚାଲିଥିବା ସମୟରେ ସ୍ୱାମୀଙ୍କୁ ଦୋଷି ସାବ୍ୟସ୍ତ କରିଥିବା ନେଇ ତାଙ୍କ ପତ୍ନୀ ସୌଦାମିନୀ ତତ୍କାଳୀନ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ ପଠେଇଛନ୍ତି ।
ପୁଞ୍ଜିଲାଲଙ୍କୁ କିପରେ ଦୋଷୀ ସାବ୍ୟସ୍ତ କରି ଫିଲ୍ମ ତିଆରି କରାଯାଇଛି ବୋଲ ସୌଦାମିନୀ ପ୍ରଶ୍ନ ପଚାରିବା ସହ ବୋଥ୍ରାଙ୍କୁ ଏକ ନୋଟିସ ପଠେଇଛନ୍ତି । ଏଥିରେ ବୋଥ୍ରା ପୁଞ୍ଜିଲାଲଙ୍କୁ ଫସାଇଦେଇଥିବା ର ଅଭିଯୋଗ କରି ନିଃସର୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । କ୍ଷମା ନ ମାଗିଲେ ୨୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଧମାର ଧମକ ଦେଇଛନ୍ତି ।
ଏହାର ଉତରରେ ବୋଥ୍ରା କହିଛନ୍ତି ଯେ, “ମୋର କୌଣସି ଫିଲ୍ମ ସହ ସମ୍ପର୍କ ନାହିଁ । ତାଙ୍କୁ ମୋର ଟଙ୍କା ଟିଏ ବି ଦେବାର ନାହିଁ । ସେ କୋର୍ଟରେ ଯାହା କରିବା କଥା କରନ୍ତୁ” ।