ନୂଆଦିଲ୍ଲୀ- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାରେନଂଟାଇନ ପିରିୟଡକୁ ଛୁଟି ଭାବେ ଗ୍ରହଣ କରାଯାଇଥିବା ପ୍ରଂସଙ୍ଗ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା ଠିକ ସମୟରେ ଦିଆଯାଇନଥିବାରୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ କେତେକ ରାଜ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦରମା ଦେଇନଥିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ । ତେଣୁ ଜଷ୍ଟିସ ଅଶୋକ ଭୁଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ରସରକାର ଏହି ପ୍ରସଙ୍ଗରେ ରାଜ୍ୟମାନଙ୍କୁ ନିର୍ଦେଶ ଦେବା ପାଇଁ ଦୁର୍ବଳ ନୁହଁନ୍ତି । ତେଣୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା ଯେପରି ନିର୍ଦ୍ଧାରିତ ସମୟରେ ପ୍ରଦାନ କରାଯିବ ସେଥିପାଇଁ ସଂପୃକ୍ତ ରାଜ୍ୟ ସରକାର ଏହି ନିର୍ଦେଶ ନାମାକୁ ଠିକ ଭାବେ କାର୍ଯ୍ୟକାରୀ କରିବେ ସେ ଦିଗରେ କେନ୍ଦ୍ରସରକାର ତୁରନ୍ତ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖରେ ପୁଣି ଏହି ମାମଲାର ଶୁଣାଣି କରିବେ ବୋଲି ସୂଚନା ଦେଇଛନ୍ତି ।