ଜୟପୁର- ରାକ୍ଷୀ ପୂର୍ଣ୍ଣମା ପାଇଁ ରାଜସ୍ଥାନ ସରକାର ଅଶୋକ ଗେହଲଟ ବଡ ଘୋଷଣା କରିଛନ୍ତି । ରାକ୍ଷୀ ଦିନ ରାଜ୍ୟର ସମସ୍ତ ଝିଅ ଓ ମହିଳାଙ୍କୁ ମାଗଣାରେ ବସ୍ ଯାତ୍ରାର ସୁବିଧି ମିଳିବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏସି, ଭୋଲଭୋ ଓ ସର୍ବଭାରତୀୟ ଅନୁମୋଦନ ପ୍ରାପ୍ତ ବସକୁ ଛାଡି ଅନ୍ୟ ସମସ୍ତ ଜେନେରାଲ ଓ ଏକ୍ସିପ୍ରେସ ବସରେ ମହିଳାଙ୍କ ଠାରୁ ଭଡା ଅଦାୟ କରାଯିବ ନାହିଁ । ସେହିପରି ଜୟପୁର ସିଟି ଟ୍ରାନ୍ସପୋର୍ଟ ସର୍ଭିସ ଲିଃ ବସରେ ମଧ୍ୟ ମହିଳା ଓ ଝିଅ ମାଗଣାରେ ଯାଆସ କରିପାରିବେ ।