ଚାଇନା ସହ ସମ୍ପର୍କ ଛିନ୍ନ କରିବ ଆମେରିକା

ୱାଶିଂଟନ:କୋରୋନା ଯୋଗୁ ଆମେରିକାରେ ୮୬,୯୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୪,୫୭,୫୯୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଂଟାରେ ଆମେରିକାରେ କରୋନା ୧୭ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଏହାକୁ ନେଇ ଚାଇନା ସହ ସବୁ ପ୍ରକାରର ସମ୍ପର୍କ ଛିନ୍ନ କରିବାକୁ ଆମେରିକାର ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
ମହାମାରୀ କରୋନା ଭାଇରସ ଆମେରିକା ଓ ଚାଇନା ସମ୍ପର୍କକୁ ଆହୁରି ଖରାପ କରିଛି ।ଚାଇନାରୁ କୋରନା ଭାଇରସ ସମଗ୍ର ଦେଶକୁ ବ୍ୟାପିଥିବା ବେଳେ ଏଥିରେ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଅନ୍ୟ ପକ୍ଷରେ ବିଶ୍ୱରେ କୋରନା ଜନିତ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ପାର କରିଛି । ବର୍ତମାନ କୋରନା ଯୋଗୁ ୩,୦୩,୪୦୫ ଜଣଙ୍କ ମୃତୁ୍ୟ ଘଟି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୨୬,୯୦୫ ରହିଛି ।

Leave A Reply

Your email address will not be published.

17 + 13 =