ପୁଷ୍ପଗିରି ପ୍ରେସ୍ ଫୋରମ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ “”ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ସାମ୍ବାଦିକଙ୍କ ହିତ ସମ୍ପର୍କରେ ଆଲୋଚନା”


ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଗଠନ ‘ପୁଷ୍ପଗିରି ପ୍ରେସ୍ ଫୋରମ୍’ (ପଞ୍ଜୀକରଣ ସଂଖ୍ୟା: 1012/1320202600020 OF 2026-2027) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୧୦ ମସିହାରୁ ସ୍ଥାପିତ ହୋଇ ଦୀର୍ଘ ବର୍ଷ ଧରି ବାଲିଚନ୍ଦ୍ରପୁର ଓ ଆଖପାଖ ଅଞ୍ଚଳ ର ଗରିବ ଜନସାଧାରଣ ନ୍ୟାୟ ପାଇଁ ଲଢ଼ିବା,ଅସହାୟଲୋକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି l ଆଜିର ଏହି କାଯ୍ୟକାରିଣୀ ବୈଠକରେ ପ୍ରେସ ଫୋରମର ସଭାପତି ସୁମନ୍ତ କୁମାର ଭୂୟାଁ ଅଧ୍ୟକ୍ଷତା କରି ସାମ୍ବାଦିକମାନଙ୍କ ସୁରକ୍ଷା, ବୃତ୍ତିଗତ ସମସ୍ୟାର ସମାଧାନ ଏବଂ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜନମଙ୍ଗଳକର କାର୍ଯ୍ୟକ୍ରମରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ପ୍ରେସ ଫୋରମ ର ସମ୍ପାଦକ ରାକେଶ କୁମାର ବାରିକ ଆଗାମୀ ଦିନରେ ସଂଗଠନକୁ କିପରି ସୁଦୃଢ଼ ଓ କ୍ରିୟାଶୀଳ କରିବା,ସତ୍ୟ ଏବଂ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସହ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରତ୍ୱାରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ କୋଷାଧକ୍ଷ ନାରାୟଣ ସାହୁ, କାଯ୍ୟକାରୀ ସଭାପତି ସତ୍ୟାନନ୍ଦ ମଳିକ, ଉପଦେଷ୍ଟା ସମାଜସେବୀ ଜୟନ୍ତ କୁମାର ପରିଡା, ଶ୍ୟାମ ସୁନ୍ଦର ଦାସ, ଅକ୍ଷୟ କୁମାର ମହାନ୍ତି, ସାମ୍ବାଦିକ ନିବାରଣ ସାହୁ, ସଞ୍ଜୟ କୁମାର ବାରିକ, ଡା. ରାମଚନ୍ଦ୍ର ଦାସ, ଶୁଭକାନ୍ତ ସାହୁ, ବିକାଶ ରଞ୍ଜନ ବଳ, ରବୀନ୍ଦ୍ର କୁମାର ନାୟକ, କୁଳମଣି ବାରିକ, ସେକ ସଲିମୁଦ୍ଦିନ ମହମ୍ମଦ, ରଶ୍ମି ରଞ୍ଜନ ମହାନ୍ତି, ସତ୍ୟଭାମା ସେନାପତି, ଗାୟତ୍ରୀ ବିଶ୍ୱାଳ, ରାକ୍ଷୀ ବାରିକ ପ୍ରମୁଖ ଯୋଗଦେଇଥିଲେl ପ୍ରାରମ୍ଭରେ ସାମ୍ବାଦିକ ବିକାଶ ରଞ୍ଜନ ବଳ ଅତିଥି ପରିଚୟ ଦେଇଥିବା ବେଳେ ସାମ୍ବାଦିକ ରବୀନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ପୁଷ୍ପଗିରି ପ୍ରେସ ଫୋରମ ବାଲିଚନ୍ଦ୍ରପୁର ଅଞ୍ଚଳ ର ଏକମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ସଂଘ ହୋଇ ଥିବାରୁ ଏହି ସ୍ଥାନୀୟ ଅଞ୍ଚଳର ବହୁ ସାମ୍ବାଦିକ ପ୍ରତିନିଧି ଯୋଗ ଦେଇ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.

nine − 5 =