୩୩ ଥର ପରୀକ୍ଷା ଦେଇଛନ୍ତି ବ୍ୟକ୍ତି

ହାଇଦ୍ରାବାଦ: ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ ଦୀର୍ଘ ୩୩ ବର୍ଷ ହେଲା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଶେଷରେ ସଫଳତା ମିଳିଛି । କରୋନା ମହାମାରୀ କବଳରୁ ଲୋକେ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ , ଉକ୍ତ ବ୍ୟକ୍ତି ଜଣଙ୍କ କରୋନାକୁ ଧନ୍ୟବାଦ ଜଣାଇଛନ୍ତି । କରୋନା ତାଙ୍କ ଲକ୍ଷ ସାଧନରେ ସହାୟକ ହୋଇଛି ବୋଲି ସେ କହିଛନ୍ତି । ବ୍ୟକ୍ତ ଜଣଙ୍କ ହେଉଛନ୍ତି ହାଇଦ୍ରାବାଦର ୫୧ ବର୍ଷୀୟ ମହମ୍ମଦ ନୁରଦ୍ଧିନ । ମହମ୍ମଦ ୩୩ ବର୍ଷ ହେବ ବୋର୍ଡ ପରୀକ୍ଷାରେ ପାସ୍ କରିବାକୁ ଚାହୁଁଥିଲେ । ହେଲେ ତାଙ୍କୁ ସଫଳତା ମିଳୁନଥିଲା । କରୋନା ମହାମାରୀ କାରଣରୁ ତେଲେଙ୍ଗାନା ସରକାର ୧୦ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତି କ୍ଲାସକୁ ଉର୍ତୀର୍ଣ୍ଣ ହେବାକୁ ଘୋଷଣା କରିଥିଲେ । ଏହି ଘୋଷଣା ପରେ ମହମ୍ମଦ ବିନା ପରୀକ୍ଷାରେ ମଧ୍ୟ ୧୦ମ ବୋର୍ଡ ପରୀକ୍ଷାରେ ପାସ୍ ହୋଇଯାଇଛନ୍ତ

Leave A Reply

Your email address will not be published.

7 + 2 =