ଆନ୍ତର୍ଜାତୀୟ ନିଃସନ୍ତାନ ଦିବସ

ଭଗବାନଙ୍କ ଆର୍ଶୀବାଦରୁ ସନ୍ତାନ ମିଳୁଥିବା ବିଶ୍ୱାସ ସବୁ ଜାତି, ଧର୍ମ ଓ ସଂପ୍ରଦାୟରେ ପ୍ରଚଳିତ । ସନ୍ତାନ ଲାଭ ପ୍ରତ୍ୟେକ ବିବାହିତ ଙ୍କ କାମନା । ଏହି କାମନା ପ୍ରାକୃତିକ ଏହା ସତ୍ୱେ ଏଭଳି ବି ଅନେକ ଅଛନ୍ତି ( ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କରେ), ଯେଉଁମାନେ ବିବାହ କରିଥିଲେ ହେଁ ସନ୍ତାନ ଚାହିଁନଥାନ୍ତି । ସନ୍ତାନ ନ ଚାହିଁବାର ମାନସିକତା ଏକ ବ୍ୟକ୍ତିଗତ ପ୍ରବୃତି । ଏ ଭଳି ମାନସିକତା ସଂପନ୍ନ ବ୍ୟକ୍ତିବିଶେଷଙ୍କ ନିମନ୍ତେ ପ୍ରତିବର୍ଷ ଅଗଷ୍ଟ ପହିଲାରେ ପାଳିତ ହେଉଛି ‘ ଆନ୍ତର୍ଜାତିୟ ନିଃସନ୍ତାନ ଦବସ’ ଇଂରାଜୀରେ କହିବାକୁ ଗଲେ ‘ ଇଂଟରନାସନାଲ ଚାଇଲଣ୍ଡ ଫ୍ରି ଡେ’ । ୧୯୭୦ରେ ନୁ୍ୟୟର୍କର ‘ ନେସ୍ନାଲ ଅର୍ଗାନାଇଜେସନ୍ ଫର୍ ନନ୍ -ପ୍ୟାରେଂଟସ’ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା । ୨୦୧୦ ରେ ଏହା ଆନ୍ତର୍ଜାତୀୟ ରୂପ ନେଇଥିଲା ।

Leave A Reply

Your email address will not be published.

20 − 20 =