କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନାରେ ପୀଡିତ


ବେଙ୍ଗାଲୁର- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁ୍ୟରପ୍ପା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କୁ ମାନିପାଲ୍ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ୟେଦୁ୍ୟରପ୍ପାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ତାଙ୍କୁ କ୍ୱାରେଂଟାଇନରେ ରହିବାକୁ ସେ ଅନୁରୋଧ କରିଛନ୍ତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁ ରାଜ୍ୟପାଳ କରୋନା ଆକ୍ରାନ୍ତ ହେଇଥିଲେ ।

Leave A Reply

Your email address will not be published.

three × one =