ନୂତନ ଏଡିଏମ୍ଙ୍କ ଯୋଗଦାନ

ରାୟଗଡା: ରାୟଗଡା ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶରତ ଚନ୍ଦ୍ର ପଣ୍ଡା, ଓ.ପ୍ର.ସେ (କ) କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ପଣ୍ଡା ସୂବର୍ଣ୍ଣପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୧୮ ମସିହାଠାରୁ ୨୦୨୦ ଯାଏଁ କାର୍ଯ୍ୟରତ ଥିଲେ । ଏଥିସହ ଅତିରିକ୍ତ ଦାୟିତ୍ୱ ପିଡି, ଡିଆରଡିଏ ଭାବେ ମଧ୍ୟ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ସଂପାଦନ କରିଥିଲୋ ।୨୦୧୭ଠାରୁ ୨୦୧୮ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପିଡି, ଡିଆରଡିଏ ଭାବେ କାର୍ଯ୍ୟ ତୁଲାଇଥିଲେ । ତା’ପୂର୍ବରୁ ୨୦୧୫ଠାରୁ ୨୦୧୭ ଯାଏଁ ପାଟଣାଗଡ ଉପଜିଲ୍ଲାପାଳ ଭାବେ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ସଂପାଦନ କରିଥିଲେ । ରାୟଗଡା ଜିଲ୍ଲାରେ ୨୨ ଅକ୍ଟୋବର ୨୦୧୯ଠାରୁ ଅତିରିକ୍ତ ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା । ଶ୍ରୀ ପଣ୍ଡା ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଯୋଗଦାନ ଫଳରେ ଏହି ପଦବୀ ପୂରଣ ହୋଇଛି । ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେବି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

six − five =