ଅହମଦାବାଦ- ଗୁଜୁରାଟ ଅହମଦାବାଦ ସ୍ଥିତ ଏକ ଘରୋଇ କୋଭିଡ-୧୯ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ପାଂଚ ଜଣ ପୁରୁଷ ଓ ତିନି ଜଣ ମହିଳା ଅଛନ୍ତି । ମେଡିକାଲରେ ଥିବା ଅନ୍ୟ ୩୫ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଇଲେକ୍ଟ୍ରିକ୍ ସର୍ଟ-ସର୍କିଟ୍ ଯୋଗୁଁ ଇଂଟେନସିଭ କେୟାର ୟୁନିଟ୍ରେ ନିଆଁ ଲାଗିଥିବା କୁହାଯାଉଛି । ଏହି ଘଟଣରରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହାତଙ୍କ ପାଇଁ ୫୦ ହଜାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଆହାତଙ୍କ ଆଷୁ ଆରୋଗ୍ୟ କାମନା କରିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟରୂପାନି ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବା ସହ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହେଲା ତାହାର ତଦନ୍ତ କରିବା ପାଇଁ ସେ କହିଛନ୍ତି ।