ହୋମ୍ କ୍ୱାରାଂଟିନ୍ କାରଗାର ତୁଲ୍ୟ : ଅମିତାଭ

ମୁମ୍ବାଇ: ଅମିତାଭ ବଚ୍ଚନ ରବିବାର ହସ୍ପିଟାଲ୍ରୁ ଘରକୁ ଫେରି ଏବେ ହୋମ କ୍ୱାରାଂଟିନ୍ରେ ଅଛନ୍ତି । ତେବେ ଏହି ହୋମ୍ କ୍ୱାରାଂଟିନକୁ କାରାଗାର ବୋଲି ବର୍ଣ୍ଣନା କରିଛନ୍ତି ବିଗ୍-ବି ନିଜ ବ୍ଲଗ୍ ପୋଷ୍ଟରେ ସେ ଏ ସମ୍ପର୍କରେ ଉଲ୍ଳେଖ କରିଛନ୍ତିି, ଘରେ ଥାଇ ମଧ୍ୟ ଘର ଲୋକଙ୍କ ସହ ସମ୍ପର୍କ ନାହିଁ । କାଚ ଦ୍ୱାରା ସିଲ୍ ହୋଇଥିବା ବେଳେ ଘର ମଧ୍ୟରେ ବି ଘର ଲୋକଙ୍କ ସହ ଫୋନ୍ରେ କଥାବାର୍ତା କରିବାକୁ ପଡ଼ୁଛି । ସେ କହିଛନ୍ତି ଘର ଭିତର ରହି କେବଳ ମେଡିକାଲ୍ ରୁଟିନ୍ ଅନୁକରଣ କରୁଛି । ମୁଣ୍ଡ ଭିତରକୁ ଅନେକ କଥା ଆସୁଛି । ଯାହା ମତେ ବିଭ୍ରାନ୍ତ କରୁଛି । ସୂଚନା ଯୋଗ୍ୟ ଅମିତାଭ ବଚ୍ଚନ ଜୁଲାଇ ୧୨ରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଅଗଷ୍ଟ ୨ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏନେଇ ସେ ଟ୍ୱିଟର ଯୋଗେ ସୂଚନା ଦେବା ସହ ଘରକୁ ଫେରିବାର ଖୁସି ବୟାନ କରିଥିଲେ । ମାତ୍ର ଏବେ ପୁଣି ଘରେ ରହି ଘର ଭିତରେ ଏକଲା ରହିବାର ଅନୁଭବକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି ବିଗ୍-ବି ।

Leave A Reply

Your email address will not be published.

four × four =