ଦେଶର ନୂଆ ସିଏଜି ଭାବେ ନିଯୁକ୍ତି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ


ନୂଆଦିଲ୍ଲୀ- ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ କମ୍ପଟ୍ରୋଲ ଏଣ୍ଡ ଅଡିଟର ଜେନେରାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି । ମୁର୍ମୁ ବୁଧବାର ଜାମ୍ମୁକାଶ୍ମରୀ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ ୨୦୧୯ମସିହାରେ ଜାମ୍ମୁକାଶ୍ମୀର ଓ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା । ଗତ ଅକ୍ଟୋବରରେ ସେ ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ଭାବେ ନ ଦାୟିତ୍ୱ ଗ୍ରହଣ କରିଥିଲେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ସମୟରେ ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡର ଆଇଏଏସ୍ ଅଧିକାରୀ ମୁର୍ମୁ ତାଙ୍କର ପ୍ରଧାନ ସଚିବ ଥିଲେ ।

Leave A Reply

Your email address will not be published.

20 − 2 =