ନୂତନ ଜାତୀୟ ଶିକ୍ଷାନୀତି ଉପରେ ମୋଦୀଙ୍କ ଅଭିଭାଷଣ


ନୂଅଦିଲ୍ଲୀ- ଶିକ୍ଷା ମନ୍ତ୍ରାଳୟ ଦ୍ୱରା ଆୟୋଜିତ ଏକ ସମ୍ମିଳନୀରେ ନୂତନ ଜାତୀୟ ଶିକ୍ଷା ନୀତି ଉପରେ ଉଦବୋଧନ ଦେଇ କହିଛନ୍ତି, ଦୀର୍ଘ ୩ରୁ ୪ ବର୍ଷ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ନୂତନ ଶିକ୍ଷାନିତୀକୁ ଅନୁମୋଦନ କରାଯାଇଛି । ଏହି ନୀତିକୁ କେହି ମଧ୍ୟ ବିରୋଧ କରି ନାହାନ୍ତି । ଏତେ ବଡ ପଦକ୍ଷେପକୁ କିପରି କାର୍ଯ୍ୟକାରୀ ହେବ ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ କରୁଛି । ଶିକ୍ଷା ନୀତିରେ ଦେଶର ଲକ୍ଷ୍ୟକୁ ମନେ ରଖିବା ଜରୁରୀ ଅଟେ, ଯାହା ଦ୍ୱାରା ଆଗାମୀ ପିଢିକୁ ପ୍ରସ୍ତୁତ କରାଯାଇ ପାରିବ । ଭାରତକୁ ଶକ୍ତିଶାଳୀ କରିବାା ପାଇଁ ନାଗରିକଙ୍କୁ ସଶକ୍ତ କରିବା ପାଇଁ ଉତମ ଶିକ୍ଷା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଯେତେବେଳେ ନର୍ସରୀ ପିଲା ମଧ୍ୟ ନୂତନ ଟେକ୍ନୋଲୋଜି ବିଷୟରେ ପଢିବେ ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ସହଜ ହେବ । ପୂର୍ବରୁ ପିଲାମାନେ ଡାକ୍ତର, ଇଞ୍ଜିନିୟର ଓ ଓକିଲ ହେବା ପାଇଁ ଏକ ପ୍ରତିଯୋଗିତା କରୁଥିଲେ । କିନ୍ତୁ ବର୍ତମାନ ଯୁବକ ସୃଜନଶୀଳ ଚିନ୍ତାଧାରା ଅଦୁସରଣ କରିବାକୁ ସକ୍ଷମ ହେବେ । ବର୍ତମାନ କେବଳ ଅଧ୍ୟୟନ ନୁହେଁ କାର୍ଯ୍ୟ ସଂସ୍କୃତିର ମଧ୍ୟ ବିକାଶ କରାଯାଇଛି । ବିଶ୍ୱର ଶିକ୍ଷାନୀତି ସହ ତାଳ ଦେଇ ଚାଲିବା ପାଇଁ ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବା ଆବଶ୍ୟକ । ପିଲାଙ୍କ ଘରର ଭାଷା ଏବଂ ବିଦ୍ୟାଳୟ ଶିକ୍ଷାର ଭାଷା ସମାନ ହେବା ଉଚିତ, ଯାହା ଦ୍ୱାରା ପିଲା ସହଜରେ ଶିଖିବେ । ବର୍ତମାନ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ସୁବିଧା ପାଇ ପାରିବେ ।

Leave A Reply

Your email address will not be published.

five × two =