ଇଡି ହେପାଜତରେ ରିଆ ଚକ୍ରବର୍ତୀ


ମୁମ୍ବାଇ- ପ୍ରବର୍ତନ ନିର୍ଦେଶାଳୟ ହେପାଜତରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରୋଣ୍ଡ ରିୟା ଚକ୍ରବର୍ତୀ । ଦିନ ୧୧.୩୦ ସୁଦ୍ଧା ତାଙ୍କୁ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ବିଳମ୍ବରେ ଆସି ପଂହଚିଛନ୍ତି । ଇଡିରେ ହାଜିର ହେବାପରେ ସୁପ୍ରିକକୋର୍ଟରେ ତାଙ୍କ ଆବେଦନର ଶୁଣାଣିଥିବା ଦର୍ଶାଇ ରିୟା ଚକ୍ରବର୍ତୀ ଅଧିକ ସମୟ ମାଗିଥିଲେ । ତେବେ ଇଡି ତାଙ୍କ ଅନୁରୋଧକୁ ଆଗ୍ରହ୍ୟ କରିଦେଇଥିଲେ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାର ଲୋକ ୫ ଜଣଙ୍କ ସମେତ ରିୟାଙ୍କ ବିରୋଧରେ ଏତଲା ଦେଇଛନ୍ତି । ସୁଶାନ୍ତଙ୍କ ଆକଉଂଟରୁ ୧୫ କୋଟି ଟଙ୍କା ରିୟା ଆକାଉଂଟକୁ ଯାଇଥିବା ଓ ତାଙ୍କୁ ମାନସିନକ ନିର୍ଯାତନା ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଇଡି ଏହି ୧୫ କୋଟି ଟଙ୍କା ଅଭିଯୋଗ ତଦନ୍ତ ପାଇଁ ରିୟା ଚକ୍ରବର୍ତୀଙ୍କୁ ପଚରାଉଚରା କରୁଛି । ସୁଶାନ୍ତଙ୍କ ୪ ଟି ବ୍ୟାଙ୍କ ଆକାଉଂଟ ମଧ୍ୟରୁ ୨ ଟି ରିୟାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଇଡି ସନ୍ଦେହ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

five × 4 =