ବିଜେପି ମୁଖ୍ୟ ମନୋଜ ସିହ୍ନା ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁକାଶ୍ମୀର ଓ ଲଦାଖ ପୃଥକ ପୃଥକ ହେବାପରେ ୨ ଜଣ ଉପରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି । ୨୦୧୯ରେ ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଦିନ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଏବେ ସିଏଜି ଭାବେ ନିଯୁକ୍ତି ହୋଇଛନ୍ତି ।