ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ ଓଲଟି ୫ ଶ୍ରମିକ ମୃତ, ୧୫ ଗୁରୁତର

ନୂଆଦିଲ୍ଲୀ : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ସଡ଼କ ଦୁର୍ଘଟଣା ୨୩ ଶ୍ରମିକଙ୍କ ମୃତ୍ୟୁ ଆଖି ଆଗରୁ ନଯାଉଣୁ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି।  ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।  ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ରହିଛନ୍ତି ।

Leave A Reply

Your email address will not be published.

nineteen + twenty =