ବାହାର ଦେଶରୁ ଆମଦାନୀ ହେବନି ଯୁଦ୍ଧ ସାମଗ୍ରୀ : ପ୍ରତିରକ୍ଷା ମନ୍ତ୍ରୀ


ନୂଆଦିଲ୍ଲୀ- ୧୦୧ ପ୍ରତିରକ୍ଷା ସମାଗ୍ରୀ ଆମଦାନୀ ଉପରେ ରୋକ୍ ଲାଗାଇବ ପ୍ରତିରକ୍ଷା ମନ୍ତ୍ରାଳୟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଆଜି ଏନେଇ ଘୋଷଣା କରିବା ସହ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । ରାଜନାଥ ସିଂହ ଆହୁରି ମଧ୍ୟ କହିଛନ୍ତି ପ୍ରସ୍ତୁତ ହୋଇଥିବା ତାଳିକାରେ କେବଳ ପ୍ରତିରକ୍ଷା ସମାଗ୍ରୀର ଅଂଶବିଶେଷ ନୁହେଁ ବଂର ସୋନର ସିଷ୍ଟମ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଏଲସିଏଚ୍, ରାଡାର, ରାଇଫଲ ଭଳି ଅନେକ ବଡ ବଡ ଯୁଦ୍ଧ ଉପକରଣ ସାମିଲ କରାଯାଇଛି । ଏଣିକି ବାହାରୁ କୌଣସି ଯୁଦ୍ଧ ସାମଗ୍ରୀ ଆମଦାନୀ ନକରାଯାଇ ଦେଶରେ ନିର୍ମାଣ କରିବାକୁ ପ୍ରୋତ୍ସାହିତ କରାଯିବ । ଏହା ଭାରତର ପ୍ରତିରକ୍ଷା ଉଦ୍ୟୋଗକୁ ଆଉ ପାଦେ ଆଗକୁ ବଢି ବୃହତ୍ ପରିମାଣର ଉତ୍ପାଦନ କରିବାକୁ ସୁଯୋଗ ମିଳିବ । ସମସ୍ତ ଷ୍ଟେକହୋଲଡର୍ସଙ୍କ ସହ ବିଚାର ବିମର୍ଶ କରାଯିବା ପରେ ପ୍ରତିରକ୍ଷା ଉପକରଣ ଗୁଡିକର ଆମଦାନୀ ଉପରେ ରୋକ ଲଗାଯିବ । ଏହା ୨୦୨୦ରୁ ୨୦୧୪ ପର୍ଯ୍ୟନ୍ତ ଲାଗୁ ହେବ । ତେବେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ୧୦୧ଟି ସାମଗ୍ରୀର ତାଲିକରେ ଆର୍ମଡ ଫାଇଟିଂ ଭେଇକଲସ୍କୁ ମଧ୍ୟ ସମାଲି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏହି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

19 − 6 =