ଅଯୋଧ୍ୟା: ଅଯୋଧ୍ୟାର ଧନ୍ନୀପୁର ଗାଁରେ ମସଜିଦ୍ ନିମନ୍ତେ ଦିଆଯାଇଥିବା ୫ ଏକର ଜମିରେ ଡାକ୍ତରଖାନା, ଲାଇବ୍ରେରୀ, କମ୍ୟୁନିଟି ରନ୍ଧନଶାଳା ଓ ଗବେଷଣା କେନ୍ଦ୍ର ନିର୍ମାଣ କରିବ ସୁନ୍ନି ସେଂଟ୍ରାଲ ୱାକଫ ବୋଡର଼୍ । ଏଥିପାଇଁ ହେବାକୁଥିବା ଶିଳାନ୍ୟାସ ନିମନ୍ତେ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯିବ । ମସଜିଦ୍ ନିର୍ମାଣ ନିମନ୍ତେ ଗଠିତ ଇଣ୍ଡୋ ଇସଲାମିକ କଲଚରାଲ ଫାଉଣ୍ଡେସନର ସମ୍ପାଦକ ଅତହର ହୁସେନ ଏହି ସୂଚନା ଦେଇଛନ୍ତି । ମୁଖମନ୍ତ୍ରୀ କେବଳ ଏହି ଶିଳାନ୍ୟାସରେ ଯୋଗ ଦେବେ ନାହିଁ, ପକ୍ଷାନ୍ତରେ ସେ ଏଥିନିମନ୍ତେ ସହାୟତା କରିବେ ବୋଲି ହୁସେନ ଆଶା ପ୍ରକାଣ କରିଛନ୍ତି ।