i
ନୂଆଦିଲ୍ଲୀ- ଚାଇନାରୁ ଆସୁଛି ମହାବିନାଶକାରୀ ବିହନ ପ୍ୟାକେଟ । ଏହା ଜମିର ଉର୍ବରତା ନଷ୍ଟ କରିବା ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ କରିଦେବ । ଆମେରିକା, କାନାଡା ଓ ଜାପାନ ଭଳି କିଛି ଦେଶରେ ଏହି ବିହନ ପ୍ୟାକେଟ ପଂହଚିବା ପରେ କେନ୍ଦ୍ର ସରାକାର ଏହା ଉପରେ ସର୍ତକ ଦୃଷ୍ଟି ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । ଏପରି ସାଂଘାତିକ ଷଡଯନ୍ତ୍ରକୁ ଆମେରିକା ସରକାର ଏଗ୍ରିକଲଚର ସ୍ମଗଲିଂ ନାଁରେ ନାମିତ କରିଛନ୍ତି । ସବୁ ରାଜ୍ୟର କୃଷି ବିଭାଗ, ବିହନ ନିଗମ, ବିହନ ପ୍ରମାଣପତ୍ର, ପ୍ରଦାନକାରୀ ସଂସ୍ଥା, କୃଷି ବିଶ୍ୱବିଦ୍ୟାଳୟ ଓ ବିହନ ତଥା କୃଷି ସମ୍ବନ୍ଧୀୟ ସମସ୍ତ କେନ୍ଦ୍ରୀୟ ଓ ଆଂଚଳିକ ସଂସ୍ଥାକୁ ଚିଠି ଲେଖି ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି ।