ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ରାତ୍ରୀ ଉଡାଣ ଅଭ୍ୟାସ କରୁଛି ୫ ଭାରତୀୟ ରାଫେଲ


ନୂଆଦିଲ୍ଲୀ- ଲଦାଖରେ ମୁତୟନ ପାଇଁ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ରାତ୍ରୀ ଉଡାଣ ଅଭ୍ୟାସ କରୁଛି ୫ ଭାରତୀୟ ରାଫେଲ । ଲଦାଖ ସେକ୍ଟର ଅଂଚଳର ୧,୫୯୭ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଯଦି ପରିସ୍ଥିତି ନ ସୁଧୁରେ ତେବେ, ଗୋଲଡେନ ଆରୋ ସ୍କର୍ଡନରେ ସାମିଲ ହୋଇଥିବା ରାଫେଲ ଆକାଶରୁ ନିକ୍ଷେପ ହେଉଥିବା ମେଟୋର ମିସାଇଲ ଏବଂ ଆକାଶରୁ ଭୁପୃଷ୍ଠ କୁ କ୍ଷେପଣ ହେଉଥିବା ସ୍କାଲ୍ଫ ମିସାଇଲ ସହ ସେଠାରେ ପ୍ରସ୍ତୁତ ହୋଇ ରହିବ ବୋଲି ଜଣାପଡିଛି । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ , ଅଧିକୃତ ଅକ୍ସାଇ ଚୀନରେ ପିପଲ୍ସ ଲିବରେସନ ଆର୍ମିର ରାଡାର ରାଫେଲ ଜେଟମାନଙ୍କ ଫ୍ରିକ୍ଟେନ୍ସି ସିଗ୍ନେଚର ଚିହ୍ନଟ କରି ଜାମ୍ କରିଦେବାର ସମ୍ଭାବନା ରହିଛି । ଏହି ଆଶଙ୍କାରେ ସେଗୁଡିକୁ ବାସ୍ତବ ନିୟନ୍ତ୍ରଣ ରେଖା ଠାରୁ ଦୂରରେ ରଖାଯାଇଛି ।

Leave A Reply

Your email address will not be published.

5 − two =