୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କ ଆଲୋଚନା


ନୂଆଦିଲ୍ଲୀ- ଭୟଙ୍କର ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଙ୍ଗ ଜରିଆରରେ ୬ ରାଜ୍ୟ ଆସାମ, ବିହାର, ଉତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣଟକ ଏବଂ କେରଳ ପରିସ୍ଥିତି ଉପରେ ସମୀକ୍ଷା ବୈଠ କରିଥିଲେ । ବନ୍ୟା ସଂକ୍ରାନ୍ତରେ ଆଗୁଆ ସୂଚନା ଦେବା ପାଇଁ ସ୍ଥାୟୀ ବ୍ୟବସ୍ଥା ଏବଂ ପୂର୍ବଭାସ ଓ ସତର୍କ ସୂଚନା ବ୍ୟବସ୍ଥା ଉନ୍ନତି କରିବାକୁ ବୈଠକରେ ଆଲୋଚନା ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ନିମନ୍ତେ ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନସି ମଧ୍ୟରେ ଉତମ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱରୋପ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ରାଷ୍ଟ୍ର ଓ ଗୃହ ବ୍ୟାପର ମନ୍ତ୍ରୀ ଏବଂ ମନ୍ତ୍ରାଳୟ ଓ ସଙ୍ଗଠନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

1 + eight =