ସାମାଜିକ ନିରାପତା ଦିବସ


ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖରେ ପାଳିତ ହୁଏ ସାମାଜିକ ନିରାପତା ଦିବସ । ସାମାଜିକ ନିରାପତାର ର ସଂଜ୍ଞା – ବେରୋଜଗାର ତଥା ସ୍ୱଳ୍ପ ଆୟକାରୀଙ୍କୁ ସରକାରୀ ଆର୍ଥିକ ସହାୟତା । ଜାତି ସଂଘ ର ମାନବାଧିକାରର ସର୍ବଭୌମ ଘୋଷଣା ର ୨୨ତମ ଧାରାରେ ଏହା ସମ୍ୟଜ୍ ଭାବେ ବର୍ଣ୍ଣିତ । ସାମାଜିକ ନିରାପତା ଏକ ପୁରାତନ ଚିନ୍ତାକଳ୍ପ । ୯୮-୧୧୭ ଶତାବ୍ଦୀର ରୋମାନ୍ ସମ୍ରାଟ୍ ଟ୍ରାନଜାନ୍ଙ୍କ ଶାସନ କାଳରେ ଏହା ପ୍ରଚଳିତ ଥିଲା । ଗରିବଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା ।୧୦୦୦ ଶତାବ୍ଦୀରେ ଚାଇନାରେ ସୋଙ୍ଗ୍ ରାଜବଂଶର ଶାସନ କାଳରେ ସାମାଜିକ ନିରାପତା କୁ ଗୁରୁତ୍ୱ ଦିଆଯାଉଥିଲା । ତେବେ କ୍ରମଶଃ ୟୁରୋପିଆନ୍ ଶାସନ ବ୍ୟବସ୍ଥାରେ ଏହା ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ସଂପ୍ରତି ଅଧିକାଂଶ ବିକଶିତ ରାଷ୍ଟ୍ରରେ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମ ଦେଶରେ ବିଶେଷ ଗୁରୁତ୍ୱ ଦିଆ ନ ଯିବାଟା ଅତ୍ୟନ୍ତ କ୍ଷୋଭର ବିଷୟ ।

Leave A Reply

Your email address will not be published.

15 − fourteen =