ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି କରୋନାରେ ଆକ୍ରାନ୍ତ


ଭୁବନେଶ୍ୱର- ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନ୍ୟାୟିକ ଅଧିକାରୀ ଓ ୧୦୦ ଓକିଲ ଉପସ୍ଥିତି ଥିଲେ । ଗତକାଲି ତାଙ୍କ ରିୋର୍ଟ ପଜିଟିଭ ଆସିଛି । ଶୁକ୍ରବାର କୋର୍ଟର ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ । ମେଡିକାଲ ଟିମ କୋର୍ଟର ସମସ୍ତ କର୍ମଚାରୀଙ୍କ କରେନା ଟେଷ୍ଟ କରିଥିଲେ । ତେବେ ଜଷ୍ଟିସ ଇନ୍ଦ୍ରଜିତଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

Leave A Reply

Your email address will not be published.

twenty − 14 =