୪ମାସରେ ଜୀବିକା ହରାଇଲେଣି ୧.୮ କୋଟି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଦେଶରେ ଗତ ୪ମାସ ମଧ୍ୟରେ ୧କୋଟି ୮୦ଲକ୍ଷରୁ ଉର୍ଦ୍ଧ ଲୋକ ଚାକିରି ହରାଇଥିବା ଜଣାଯାଇଛି ।
ହେଲେ ଏପି୍ରଲରୁ ଜୁଲାଇ ଶେଷ ମଧ୍ୟରେ ଆସିଥିବା ଅନୁଯାୟୀ, ଲକ୍ଡାଉନ୍ ପାଇଁ ଭାରତରେ ୧.୮ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି । ଏମାନେ ସମସ୍ତେ ମାସିକ ଦରମା ନେଇ ନିଜ ପରିବାର ଚଳାଉଥିଲେ । କେବଳ ଜୁଲାଇ ମାସରେ ପ୍ରାୟ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ମାର୍ଚ୍ଚ ଶେଷ ଆଡକୁ କେନ୍ଦ୍ର ସରକାର କରୋନା ସଂକ୍ରମରକୁ ରୋକିବା ପାଇଁ ଦେଶରେ ପ୍ରଥମେ ୨୧ଦିନିଆ ଲକଡାଉନ୍ ଲାଗୁ କରିଥିଲେ । ରିପୋର୍ଟ ଅନୁଯାୟୀ, ଏପ୍ରିଲ ମାସରୁ ଏଯାଏ କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରାୟ ୧.୮ କୋଟି ଲୋକ ଚାକିରିରୁ ବିଦା ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଦେଶରେ ଯେତିକି ଲୋକଙ୍କୁ ଏଯାଏ ସଂକ୍ରମଣ କରିନାହିଁ, ତା’ଠାରୁ ଅଧିକ ଲୋକ ଭାଇରସ ପାଇଁ ଜାରି ଲକଡାଉନ ଯୋଗୁ ଚାକିରି ହରାଇଛନ୍ତି । ସୂଚନାଯୋଗ୍ୟ , ଦେଶର ସଂଗଠିତ କ୍ଷେତ୍ରରେ ୨୧% ଲୋକ କାମ କରୁଥିବା ବେଳେ ଅଣ ସଂଗଠିତ କ୍ଷେତ୍ରରେ କୋଟି କୋଟି ଲୋକ କାମ କରୁଛନ୍ତି । ଏବେ କେବଳ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ୧.୮ କୋଟି ଚାକିରି ହରାଇଥିବା କହିଛି । ଏପି୍ରଲ ମାସରେ ପ୍ରଥମେ ୧୭.୭ ମିଲିୟନ ଲୋକ ଚାକିରି ହରାଇଥିଲେ । କିନ୍ତୁ ଜୁନ୍ ମାସରେ ଏହା ମଧ୍ୟରୁ ୩.୯ ମିଲିୟନ ଲୋକ ନିଯୁକ୍ତି ପାଇଥିଲେ । ତେବେ ଜୁଲାଇ ମାସରେ ପୁଣି ୫୦ ଲକ୍ଷ ଲୋକ ଲୋକ ଚାକିରି ହରାଇଥିଲେ ।

Leave A Reply

Your email address will not be published.

3 − 3 =