ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଜାଣିବା ପାଇଁ ହେବ ଜାତୀୟ ସର୍ଭେ

ନୂଆଦିଲ୍ଲୀ: ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ କରୋନା ମହାମାରୀର ପ୍ରଭାବ କିଭଳି ପଡ଼ିଛି ତାହା ଆକଳନ କରିବା ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ ସର୍ଭେ କରିବେ । ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଶ୍ରମ ବ୍ୟୁରୋ ଏହି ସର୍ଭେ କରିବ ପ୍ରବାସୀ ଶ୍ରମିକମାନେ ବାହାରେ ରହି କାମ କରିବା ସହ ଘର ଚଳିବା ଲଗି ଗାଁକୁ ଟଙ୍କା ପଠାଉଥିଲେ । ଲକ୍ଡାଉନ୍ ପରେ ସେମାନେ ଘରକୁ ଫେରିଆସିଥିବାରୁ ସେମାନଙ୍କ ଜରିଆରେ ଗ୍ରାମୀଣ ଅର୍ଥନୀତିକୁ ଯେଉଁ ଟଙ୍କା ଆସୁଥିଲା ତାହା କିଭଳି ପ୍ରଭାବିତ ହୋଇଛି ବୋଲି ସରକାର ଜାଣିବାକୁ ଉଦ୍ୟମ କରିବେ । ସହରାଂଚଳରେ ଥିବା ବିପୁଳ ସଂଖ୍ୟାର ପ୍ରବାସୀ ଶ୍ରମିକ ନିଜ ଗାଁକୁ ଫେରି ଯାଇଥିବାରୁ ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରର କାରବାର ପ୍ରଭାବିତ ହୋଇଛି । ତେଣୁ ଏଭଳି ସମସ୍ୟାରା ସମାଧାନ ବାଟ ବାହାର କରିବା ଲାଗି ବାସ୍ତବ ସ୍ଥିତି କ’ଣ ରହିଥିଲା ତାହା ସରକାର ଜାଣିବାକୁ ଚାହୁଛନ୍ତି । ତାହା ଜଣାଫଡ଼ିଲେ ସାମାଧାନ ସୂତ୍ର ପ୍ରସ୍ତୁତ କରିବ ସହଜ ହେବ । ଯଦିଓ ଗାଁକୁ ଫେରିଥିବା ଲୋକମାନଙ୍କୁ କିଛିଦିନ ପାଇଁ ଚାଷ କାର୍ଯ୍ୟରେ କାମ ମିଳିଛି, କିନ୍ତୁ ସେମାନେ ବାହାରୁ ଯେଉଁ ଟଙ୍କା ପଠାଉଥିଲେ ତାହା ସହ ଏହା ସମାନ ହୋଇପାରିବ ନାହିଁ । ସେ କ୍ଷେତ୍ରରେ ଗ୍ରାମୀଣ ଅର୍ଥନୀତିକୁ ଯେଉଁ କ୍ଷତି ହୋଇଛି ତାହା ଜାଣିବା ଜରୁରୀ । କରୋନା ମହାମାରୀ ଜନସଂଖ୍ୟାର ଏକ ବଡ଼ ଭାଗ ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇବ ବୋଲି ସରକାର ଭାବୁଛନ୍ତି । ପ୍ରବାସୀ ଶ୍ରମିକଙ୍କ ଉପରେ କିଭଳି ଧରଣର ସାମାଜିକ ଓ ମାନସିକ ଚାପ ରହିଛି ତାହା ଜାଣିବାକୁ ସରକାର ଉଦ୍ୟମ କରିବେ । ସର୍ଭେରୁ ଯେଉଁ ନିର୍ଯାସ ମିଳିବ ତାହାକୁ ବ୍ୟବହାର କରି ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ନିରାପତା ସ୍କିମ୍ ପ୍ରସ୍ତୁତ କରାଯିବ । ଓ ଭବିଷ୍ୟତରେ ଅନ୍ୟ କୌଣସି ସମୟରେ ଯଦି ଏଭଳି ବଡ଼ ଧରଣର ବିସ୍ଥାପନ ହୁଏ ତାହାକୁ ସଫଳତାର ସହ ପରିଚଳାନା କରାଯାଇପାରିବ । ଗ୍ରାମାଂଚିଳରେ ଚାହିଦା ଓ ଯୋଗାଣକୁ ନେଇ ରହିଥିବା ପ୍ରତିବନ୍ଧକ ଦୂର କରାଯାଇପାରିବା ସହ ଅଣ କୃଷି କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଉଦ୍ୟମ କରାଯିବ । ବିଶ୍ୱ ବ୍ୟାଙ୍କ ଜାରି କରିଥିବା ଏକ ତଥ୍ୟ ମୁତାବକ, ଚଳିତ ବର୍ଷ ଭାରତକୁ ଭାରତୀୟମାନେ ବିଦେଶରୁ ପ୍ରେରଣ କରୁଥିବା (ରେମିଟାନ୍ସ) ୨୩% ହ୍ରାସ ପାଇ ୬,୪୦୦ କୋଟି ଟଙ୍କାରେ ପହଂଚିଛି । ୨୦୧୯ରେ ଭାରତକୁ ୮,୩୦୦ କୋଟି ଡଲାରର ରେମିଟାନ୍ସ ଆସିଥିଲା । ଯଦି ବିଶ୍ୱ ସ୍ତରରୁ ଭାରତକୁ ଭାରତୀୟମାନେ ପଠାଉଥିବା ଅର୍ଥରାଶି ଏକ ସମସ୍ୟା, ତା’ଠାରୁ ବଡ଼ ସମସ୍ୟା ହେଉଛି ବାହାର ରହି କାମ କରୁଥିବା ପ୍ରବାସୀ ଶ୍ରମିକମାନେ ନିଜ ଆୟର ଏକ ବଡ଼ ଭାଗ ଘରକୁ ପଠାଉଥିଲେ । ବିଗତ କିଛି ମାସରେ ତାହା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହା ସେମାନଙ୍କ ପରିବାରର ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇଥିବା । ଏହି ସର୍ଭେ ସମ୍ପର୍କରେ ଦିଲ୍ଲୀର ଇନଷ୍ଟିଟ୍ୟୁଟ ଅ୍ଫ ଇକୋନମିକ୍ ଗ୍ରୋଥ୍ର ପ୍ରଫେସର ଅରୁପ ମିତ୍ର କହିଛନ୍ତି, ସାମଜର ତଳ ବର୍ଗରେ ରହିଥିବା ସମସ୍ୟା ସୁଧାରିବା ଲାଗି ସରକାରଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ପହଂଚିଛି । ଗ୍ରାମୀଣ ଅର୍ଥନୀତିର ଢାଂଚା ପରିବର୍ତନ କରାଯାଇପାରିବ । ସମ୍ପୂର୍ଣ୍ଣ ରୂପେ କୃଷିରୁ କୃଷି ଭିତିକ ଅର୍ଥନୀତିରେ ରୂପାନ୍ତରିତ ହୋଇପାରିବ । ତେବେ ଏଭଳି ପରିବତର୍ନ ଆଣିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାସ୍ତବ ସ୍ଥିତି କ’ଣ ତାହା ଜାଣିବା ନିହାତି ଜରୁରୀ ।

Leave A Reply

Your email address will not be published.

fourteen − 12 =