ଚୀନର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ଅଗ୍ରାହ୍ୟ

ନୂଆଦିଲ୍ଲୀ : ଗଲୱାନରେ ସମଦୂରତା ସେନାପ୍ରତ୍ୟାହାର ପାଇଁ ଚୀନ ଦେଇଥିବା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇକଛି । ସେ ପର୍ଯ୍ୟନ୍ତ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତାବସ୍ଥା ଫେରାଇ ଆଣିନାହିଁ, ଭାରତ ସେ ପର୍ଯ୍ୟନ୍ତ ସେଠାରେ ଏଭଳି ନିଜର ସ୍ଥିତିକୁ ସୁଦୃଢ କରିଚାଲିଥିବ ବୋଲି ଜଣାଯାଇଛି । ପାଙ୍ଗଙ୍ଗ ସୋ ଓ ଗୋଗ୍ରାରେ ଚୀନ ସେନାରେ ଅତିକ୍ରମଣ ଧୀରେ ଧୀରେ ଅନୁପ୍ରବେଶରେ ପରିଣତ ହେଉଥିବାରୁ ସେମାନଙ୍କର ଏପରି ସମ୍ଭାବ୍ୟ ଅନୁପ୍ରବେଶ ଆକାଂକ୍ଷାକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ଏପରି ଆଗୁଆ ଘାଟିମାନଙ୍କରେ ସୈନ୍ୟ ଠୁଳ କରାଯାଇଛି ବୋଲି ଜଣେ ସାମରିକ ଅଧିକାରୀ କରିଛନ୍ତି । ଏହି ଅବସରରେ ଶୀର୍ଷ ସାମରିକ ଅଧିକାରୀମାନେ ଯେ କୌଣସି ଅପ୍ରୀତିକାର ପରିସ୍ଥିତିର ସମ୍ମୁଖୀନ ପାଇଁ ସେମାନଙ୍କ ସାମରିକ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ।
ଗଲବାନ ସଂଘର୍ଷ ପରେ ସୀମାରେ ଉତେଜନା ହ୍ରାସ ସକାଶେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଭାରତ ଓ ଚୀନର ବିଭିନ୍ନ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନାରେ ସହମତି ଆସିଥିଲେ ହେଁ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ଅହଂକାର ଯୋଗୁଁ ଚୀନ ସେନା ପଛଘୁଞ୍ଚା ଦେବାକୁ ଅରାଜି । ତଥାପି ସୀମାବିବାଦ ସହ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉତେଜନା ହ୍ରାସ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ତେବେ ପୂର୍ବ ଲଦାଖର ଫିଙ୍ଗର ଇଲାକାରୁ ପଛକୁ ହଟିବା ପାଇଁ ଚୀନ୍ ଦେଇଥିବା ସମଦୂରତ୍ା ସେନା ପ୍ରତ୍ୟାହାର ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି । ଏଣେ ପାଙ୍ଗଙ୍ଗ ସୋ ହ୍ରଦ ଓ ଗୋଗ୍ରାର ଉଷ୍ମପ୍ରସ୍ରବଣ ଅଞ୍ଚଳ ପରି ଅତିକ୍ରମିତ ଇଲାକାରେ ଚୀନ ସେନା ଅପ୍ଟିକାଲ ଫାଇବର ବିଛାଇବା ଜାରି ରଖିଥିଲା ବେଳେ ଭାରତୀୟ ଯବାନମାନେ କୁଗ୍ରାଙ୍ଗ ନଦୀପାଶ୍ୱର୍ ଗିରିପଥର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆଡା କମାଇଛନ୍ତି ।
ସୂଚନା ଥାଉ କି, ଫିଙ୍ଗର ୪ ଇଲାକାରୁ ଉଭୟ ସେନା ସମଦୂରତା ଯାଏ ପଛକୁ ହଟିବା ଲାଗି ଚୀନ୍ ପ୍ରସ୍ତାବ ର୍ଖିଥିଲା । ମାତ୍ର କୌଣସି ବି ପରିସ୍ଥିତିରେ ଭାରତୀୟ ଯବାନମାନେ ଏଭଳି ପ୍ରସ୍ତାବରେ ରାତି ନୁହନ୍ତି । କାରଣ ପାଙ୍ଗଙ୍ଗ ସୋ ହ୍ରଦ ସନ୍ନିକଟ ଫିଙ୍ଗର ପଏଂଟ ୮ରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଆରମ୍ଭ ବୋଲି ଭାରତ କହି ଆସୁଥିବା ବେଳେ ଫିଙ୍ଗର ପଏଂଟ ୨କୁ ଚୀନ୍ ଏଲଏସି ବୋଲି ଦାବି କରୁଛି । ଏଣେ ଫିଙ୍ଗର ପଏଂଟ ୮ରୁ ଫିଙ୍ଗର ପଏଂଟ ୪ (ପାର୍ବତ୍ୟାଞ୍ଚଳୁ ହ୍ରଦ) ଯାଏ ଦୀର୍ଘ ୮କି.ମି ଅଞ୍ଚଳରେ ଗତ ମେ’ ମାସରୁ ଚୀନ ସେନା ରହିଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ନିର୍ବିବାଦୀୟ ଇଲାକାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ସହମତି ଅନୁସାରେ ହ୍ରଦର ଉତରଭାଗରେ ଥିବା ଫିଙ୍ଗର ପଏଂଟ ୪ରୁ ଚୀନ ସେନା ଫିଙ୍ଗର ପଏଂଟ ୫ ଯାଏଁ ପଛକୁ ହଟିଛି । ଏପରିକି ଭାରତୀୟ ସେନା ଫିଙ୍ଗର ପଏଂଟ ୨ଯାଏ ମଧ୍ୟ ପଛକୁ ହଟିଛି । ତେବେ ଚୀନ ସେନା ଆଉ ପଛକୁ ହଟିବାକୁ ହେଲେ ଭାରତୀୟ ପ୍ରତିପକ୍ଷକୁ ମଧ୍ୟ ଆହୁରି ପଛକୁ ଘୁଞ୍ଚିବା ଲାଗି ନୂଆ ସର୍ତ ଲଗାଇଛି । ମାତ୍ର ଭାରତ ଫିଙ୍ଗର ପଏଂଟ ୨ରୁ ଆଉ ପଛକୁ ହଟିବନି ବୋଲି ଜଣାଇବା ସହ ଚୀନ୍କୁ ଫିଙ୍ଗର ପଏଂଟ ୮ଯାଏ ହଟିଯିବାକୁ ବାଧ୍ୟ କରିଚାଲିଛି । ଅପରପକ୍ଷେ, ଉଭୟ ପାକିସ୍ଥାନର ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଏବଂ ଚୀନ୍ର ପ୍ରକୃତ ନିୟନ୍ତ୍ରଣ ରେଖାରେ ସାମନା କରିବା ପାଇଁ ଭାରତ ପ୍ରସ୍ତୁତ ବୋଲି ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି । ଭାରତର ଏହି ଉଭୟ ପଡୋଶୀଙ୍କୁ ମୋଦୀଙ୍କ ଭାଷଣ ମଧ୍ୟ ସତର୍କ କରାଇ ଦେଇଛି ଯେ, ଭାରତ ବି କେବେ ପଛକୁ ହଟି କାହାର ଅତିକ୍ରମଣକୁ ପ୍ରଶ୍ରୟ ଦେବନାହିଁ । ସେହିପରି ଭାରତ ସହ ୮,୦୦୦ କୋଟି ଡଲାରର ବାଣିଜ୍ୟ କାରବାରକୁ ଅଣଦେଖା କରି ଜିନ୍ଫିଙ୍ଗଙ୍କ ସାମରିକ ଉଦେ୍ଧଶ୍ୟ ଫଳପ୍ରସୂ ହେବ କି ନାହିଁ ତାହା ଚୀନ୍ ଉପରେ ନିର୍ଭର କରେ ବୋଲି ଜଣେ ଭାରତୀୟ କୂଟନୀତିଜ୍ଞ ଟିପ୍ପଣୀ କରିଛନ୍ତି ।

Leave A Reply

Your email address will not be published.

six + nineteen =