କର୍ଣ୍ଣାଟକ- ଅକ୍ଟୋର ୧ରୁ କଲେଜ ଖୋଲିବା ପାଇଁ କର୍ଣ୍ଣାଟକ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କ ନିଷ୍ପତି ଅନୁଯାୟୀ ଡିଗ୍ରୀ କୋର୍ସ ଗୁଡିକର ଶିକ୍ଷା ବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଥିବାରୁ ସେପ୍ଟେମ୍ବର ପହିଲାରୁ ଅନଲାଇନରେ ପାଠପଢା ଆରମ୍ଭ ହେବ । ଅକ୍ଟୋବର ୧ରୁ ଅଫ ଲାଇନରେ ପାଠପଢା ପାଇଁ ନିଷ୍ପତି ହୋଇଥିଲେ ହେଁ କେନ୍ଦ୍ରସରକାର ଏ ବିଷୟରେ ଚୂଡାନ୍ତ ନିଷ୍ପତି ନେବେ ବୋଲି ଉପ ମୁଖ୍ୟମନ୍ତ୍ରୀ ଡା. ଅଶ୍ୱାଥ ନାରାୟଣ କହିଛନ୍ତି । କେନ୍ଦ୍ର ସରକାର ଗାଇଡଲାଇନ ଅନୁଯାୟୀ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ ।