ନୂଆଦିଲ୍ଲୀ- ବିମାନରେ ଯାତ୍ରାକରୁଥିବା ସମୟରେ ମାସ୍କ ବ୍ୟବହାର କରିନଥିଲେ ନୋ-ଫ୍ଲାଇ ତାଲିକାଭୁକ୍ତ ହୋଇପାରନ୍ତି । ଏନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସଭିିଏ ଏଭିଏସନର ମହାନିର୍ଦେଶକ ଅରୁଣ କୁମାର ଘୋଷଣା କରିଛି । ଖାଇବା, ପିଇବା ଏବଂ ଅନ୍ୟକୌଣସି କାରଣ ଲାଗି ଯଦି ମାସ୍କ କାଢନ୍ତି ତେବେ ତାହା କ୍ଷମଣୀୟ । କିନ୍ତୁ ଜାଣିଶୁଣି ବିନା କୌଣସି କାରଣରେ ମାସ୍କ ପିନ୍ଧିନଥିବା ଯାତ୍ରୀଙ୍କ ବିରୋଧରେ ନୋଫ୍ଲାଇ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।