ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ୬ ବର୍ଷ ପୂରଣ କରିଛି । ଏହି ସମୟରେ ୪୦.୩୫ କୋଟି ଜନ ଧନ ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ସେଥିରେ ୧.୩୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଜନ ଖାତାର ୬୩.୬ ପ୍ରତିଶତ ଗ୍ରାହକ ଗ୍ରାମାଂଚଳରେ ରହୁଥିବା ବେଳେ ୫୫.୨ ପ୍ରତିଶତ ଗ୍ରାହକ ହେଉଛନ୍ତି । ମହିଳା ବ୍ୟାଙ୍କ ପାଖରେ ପହଂଚି ନଥିବା ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ପହଂଚିଇବା ଲାଗି ୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ସେହି ମାସ ୨୮ ତାରିଖରୁ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଯୋଜନା ୬ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଛନ୍ତି । ଜନ ଧନ ଖାତାରେ ଟଙ୍କା ଜମା, ପ୍ରେରଣ, ଋଣ, ବୀମା, ପେନ୍ସନ୍ ଆଦି ସୁବିଧା ଯୋଗାଇ ଦିଆଯାଉଛି । ରୁପେ ଡେବିଟ୍ କାର୍ଡ ଦିଆଯାଇଛି । ଆଗାମୀ ଦିନରେ ଗ୍ରାହକମାନଙ୍କୁ ଲଘୁ ବୀମା ଯୋଜନାରେ ସୁବିଧା ଯୋଗାଇ ଦେବା ଲାଗି ଉଦ୍ୟମ ଚାଲିଛି । ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍ଜେଜେବିୱାଇ ଓ ପିଏମ୍ଏସ୍ବିୱାଇରେ ଅନ୍ତର୍ଭୁକ୍ତ କରାଯିବ । ବ୍ୟାଙ୍କଗୁଡ଼ିକୁ ଏଥିପାଇଁ ନିଦେର୍ଶ ଦିଆଯାଇଛି । ଫ୍ଲେକ୍ସି ରିକରିଂ ଜମା ଭଳି ଲଘୁ ନିବେଶ ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଛି ।