ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଚୀନ୍ ଠାରୁ ଅଧିକ

ଭୁବନେଶ୍ବର: ଉହାନ ସହରରେ ୩ ହଜାର ମୁଣ୍ଡ ଗିଳିବା ପରେ କରୋନା ବିଦେଶକୁ ଡ଼ିଆଁ ମାରିଥିଲା ।ବିଦେଶରେ କରୋନା ଗିଳି ଚାଲିଛି ମୁଣ୍ଡ ପରେ ମୁଣ୍ଡ । କରୋନା ସଂକ୍ରମଣ କ୍ଷେତ୍ରରେ ଏବେ ଚୀନଠାରୁ ଓଡ଼ିଶା ପରି ଛୋଟ ରାଜ୍ୟ ବି ଆଗରେ ରହିଛି ।  ଚୀନରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ ମଧ୍ୟରେ ରହିଥିବାବେଳେ ଓଡ଼ିଶାରେ ୮ଶହରୁ ଊର୍ଧ ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୦୦ ଉପରେ । ଚୀନ ପରି ବିଶାଳ ଦେଶଠାରୁ ୬ ଗୁଣ ଅଧିକ ରୋଗୀ କେବଳ ଓଡ଼ିଶାରେ ଅଛନ୍ତି ଆଉ ଦେଶ କଥା ଦେଖିଲେ ଆମ ଦେଶରେ ଚୀନଠାରୁ ୫୬୦ ଗୁଣ ସକ୍ରିୟ ସଂକ୍ରମିତ ରୋଗୀ ଭାରତରେ ରହିଛନ୍ତି ।

Leave A Reply

Your email address will not be published.

16 + twenty =