ପୁଣି ବସିଲା ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ


ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ ବସିଛି । ଭାରତ ଶାନ୍ତି ଚାହେଁ କିନ୍ତୁ କୌଣସି ପରିସ୍ଥିତିରେ ସମୀର ଅଖଣ୍ଡତା ସହ ସାଲିସ କରିବ ନାହିଁ ବୋଲି ବେଜିଂକୁ ସିଧା ସିଧା ଶୁଣାଇଛି ଭାରତ । ଚୀନ କିନ୍ତୁ ବାହାନାବାାଜି ଛାଡିବାକୁ ନାରାଜ । ଭାରତୀୟ ସୈନ୍ୟ ନିୟନ୍ତ୍ରଣ ରେଖା ଉଲ୍ଲଘଂନ କରିଥିବା ଅଭିଯୋଗ କରିବା ସହ ତୁରନ୍ତ ସୈନ୍ୟ ଫେରାଇ ନେବାକୁ ଦାବି କରିଛି ବେଜିଂ । ଗତ ୨୯ ତାରିଖରେ ପ୍ୟାଙ୍ଗଙ୍ଗ ହଦ୍ରର ଦକ୍ଷିଣ ପାଶ୍ୱର୍ରେ ଅନୁପ୍ରବେଶ କରବା ପାଇଁ ଡ୍ରାଗନ ସେନା ଉଦ୍ୟମ କରିଥିଲା । କିନ୍ତୁ ଚୀନର ଆଗୁଆ ସଡଯନ୍ତ୍ର ଜାଣି ଭାରତୀୟ ଯବାନ ପୂର୍ବରୁ ସର୍ତକ ଥିଲା । ଆଗୁଆ ପଦକ୍ଷେପ ସ୍ୱରୂପ କାଲା ଟପ ଅଂଚକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା ଭାରତ ।

Leave A Reply

Your email address will not be published.

9 + six =