ନୂଆଦିଲ୍ଲୀ: ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗରେ ଏବେ ଛନ୍ଦି ହୋଇପଡ଼ିଛି ସାମାଜିକ ଗଣମାଧ୍ୟମ ଫେସ୍ବୁକା ଏହି ପରିପ୍ରେକ୍ଷୀରେ ବେଶ କଟୁ ଓ କଡ଼ା ଶବ୍ଦ ପ୍ରୟୋଗ କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସବୁକକୁ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ପତ୍ର ଲେଖିଛନ୍ତି । ମନ୍ତ୍ରୀ ରବିଶଙ୍କର ପ୍ରସାଦ ଜୁକରବର୍ଗଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ନିଯୁକ୍ତ ଫେସବୁକର କାର୍ଯ୍ୟନିର୍ବାହୀ ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଶାସନ ବିଜେପି ସଦସ୍ୟଙ୍କ ପ୍ରତି ପକ୍ଷପାତିତା କରିବା ସହ ଆକ୍ରୋଶମୂଳ ଭାବେ କାର୍ଯ୍ୟ କରିବା ନିନ୍ଦନୀୟ ବିଷୟ । ସୋସିଆଲ ମିଡିଆ ସଦସ୍ୟଙ୍କ ପ୍ରତି ପକ୍ଷପାତିତା କରିବା ସହ ଆକ୍ରୋଶମୂଳକ ଭାବେ କର୍ଯ୍ୟ କରିବା ନିନ୍ଦନୀୟ ବିଷୟ । ସୋସିଆଲ ମିଡିଆ ଫେସବୁକର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ଉଦେଶ୍ୟ ରେ ଅପଶଦ୍ଧ ବ୍ୟବହାର କରିଥିବାର ପ୍ରମାଣ ଓ ରେକର୍ଡ ମହଜୁଦ୍ ଥିବା ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରସାଦ । ଫେସବୁକକୁ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ମନ୍ତ୍ରୀ ଶ୍ରୀ ପ୍ରସାଦ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ନିକଟ ଅତୀତରେ ଏକାଧିକ ଘଟଣା ଘଟିଛି ଯେଉଁଠାରେ ଫେସବୁକ ଅରାଜକତାପୂର୍ଣ୍ଣ କାର୍ଯ୍ୟ ଓ ଅଭିସନ୍ଧିମୂଳକ ରାଜନୀତି ଉଦେଶ୍ୟରେ ବ୍ୟବହୃତ ହୋଇଛି । ଯାହାର ଏକମାତ୍ର ଉଦେଶ୍ୟ ହେଉଛି ସାମାଜିକ ଶୃଙ୍ଖଳକୁ ନଷ୍ଟ କରିବା ଏବଂ ହିଂସା ପାଇଁ ଲୋକଙ୍କୁ ଏକତ୍ର କରିବା । କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠି ସେମାନଙ୍କର ମନ୍ଦ ଉଦେଶ୍ୟ ସାଧନ ପାଇଁ ଫେସବୁକକୁ ବ୍ୟବହାର କରୁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରସାଦ । ଆଇଟି ମନ୍ତ୍ରୀ ଜୁକରବର୍ଗଙ୍କୁ ଲେଖିଛନ୍ତି ଯେ ତାଙ୍କୁ କୁହାଯାଇଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ, ଫେସବୁକ ଇଣ୍ଡିଆ ମ୍ୟାନେଜମେଂଟ ଦ୍ୱାରା କେବଳ ପୃଷ୍ଠାଗୁଡ଼ିକ ଡିଲିଟ କରିବା କିମ୍ବା ସେମାନଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ ଏକ ପ୍ରାୟାସ କରାଯାଇଥିଲା । କିନ୍ତୁ, ଫେସବୁକ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଫେସବୁକ୍ ଇଣ୍ଡିଆ ଦଳ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଆଦର୍ଶରେ ବିଶ୍ୱାସ ରଖୁଥିବା ଲୋକମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀ ପ୍ରସାଦ ।