ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଂଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ହ୍ୟାକ ପରେ କୋଭିଡ-୧୯ ମୁକାବିଲା ପାଇଁ ପିଏମ ନ୍ୟାସନାଲ ରିଲିଫ ଫଣ୍ଡକୁ ଆର୍ଥିକ ସହଯୋଗ କରିବାକୁ ଫଲୋର୍ସଙ୍କୁ କୁହାଯାଇଥିଲା । ଟୁଇଟର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟ ହ୍ୟାକ କରାଯାଇଛି । ଜନ ୱିକ ପକ୍ଷରୁ ଏହା ହ୍ୟାକ କରାଯାଇଥିବା ଜଣାପଡିଛି । ଟୁଇଟର ଏହି ଘଟଣାର ଯାଂଚ କରୁଥିବା ସୂଚନା ଦେଇଛି । କିଛି ଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆକାଉଂଟ ହ୍ୟାକ ହୋଇଥିଲା ।