ମୁମ୍ବଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଓ ବାହୁବଳୀ ଷ୍ଟାର ପ୍ରଭାସ ଏକାଠି ପରଦାରେ ଦେଖାଦେବେ। ଓମ ରାଉତଙ୍କ ଦିର୍ଦେଶନାରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହାର ନାମ “ଆଦିପୁରୁଷ” ରଖାଯାଇଛି। “ଆଦିପୁରୁଷ”ରେ ସୈଫ ଅଲ୍ଲୀ ଖାନ ଏକ ଖଳନାୟକ ଚରିତ୍ର ରାବଣର ଭୂମିକାରେ ଅଭିନୟ କରିବେ। ସୈଫ ଅଲ୍ଲୀ ଖାନଙ୍କୁ ଦର୍ଶକମାନେ ଖଳନାୟକ ଚରିତ୍ରରେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୈଫ୍ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସୈଫ ଫିଲ୍ମ ତାନାଜୀ : ଦ ଅନସଙ୍ଗ୍ ଓ୍ବରିୟରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଆଦିପୁରୁଷରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସେ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ସେହିଭଳି କୀର୍ତ୍ତି ସୁରେଶ ଏଥିରେ ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସିନେମାଟି ୩ଡିରେ ମୁକ୍ତିଲାଭ କରାଯିବ। ଚଳଚ୍ଚିତ୍ରଟିକୁ ହିନ୍ଦୀ ସମେତ ୫ଟି ଭାଷାରେ ହେବାକୁ ଥିବା ସୂଚନା ମିଳିଛି।