ଚୀନ୍ କମ୍ପାନିର କର୍ମଚାରୀ ନେଉଛନ୍ତି ସିନୋଭାକ୍ ଟିକା

ନୂଆଦିଲ୍ଲୀ: ଚୀନ୍ର ଭେଷଜ କମ୍ପାନି ସିନୋଭାକ୍ ବାୟାଟେନ୍ ଦ୍ୱାରା ବିକାଶିତ ଏକ କୋଭିଡ୍ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନଥିଲେ ହେଁ ସରକାରଙ୍କ ଅନୁମତି କ୍ରମେ ଉକ୍ତ କମ୍ପାନିର କର୍ମଚାରୀ ଏବଂ ମେସାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଚାଲିଛି । ସୂଚନା ଥାଉ କି, କରୋନାଭାକ୍ ନାମକ ଉକ୍ତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ନୈଦାବିକ ପରୀକ୍ଷଣ ଗତ ଜୁଲାଇରେ ହିଁ ସଂପନ୍ନ ହୋଇଛି ଏବଂ ଅଧୁନା ଏହାର ଚୂଡାନ୍ତ ପରୀକ୍ଷଣ ବ୍ରାଜିଲ୍ ଓ ଇଣ୍ଡୋନେସିଆରେ ଜାରି ରହିଛି । ତେବେ ସଂକଟଜନକ ସ୍ଥିିତିରେ ଗୁରୁତର କୋଭିଡ-୧୯ ରୋଗୀଙ୍କ ଠାରେ ଏହାର ଜରୁରୀକାଳୀନ ପ୍ରୟୋଗ କରିବାକୁ ଚୀନ ସରକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଅନୁମତି ଦେଇଥିଲେ । ତେବେ ସିନୋଭାକ୍ କମ୍ପାନିର ୯୦ ପ୍ରତିଶତ କର୍ମଚାରୀ ଏବଂ ସେମାନଙ୍କ ପରିବାର ଉକ୍ତ ଟିକା ଗ୍ରହଣ କରିଥିବା ଜଣାଯାଇଛି । ଏ ପରିପ୍ରେକ୍ଷୀରେ ପ୍ରାୟ ୨୦୦୦ରୁ ୩୦୦୦ କର୍ମଚାରୀ ଏବଂ ସେମାନଙ୍କ ପରିବାର ସ୍ୱେଚ୍ଛାକୃତ ଭାବେ ଉକ୍ତ ଟିକା ନେଇଥିବା କମ୍ପାନିର ସିଇଓ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ୱରେ ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷାଣ ଆରମ୍ଭ କରିଥିବା ୩୪ଟି ଟିକା ମଧ୍ୟରୁ ୮ଟି ହିଁ ଚୀନ କମ୍ପାନିମାନଙ୍କ ଦ୍ୱାରା ବିକଶିତ ।

Leave A Reply

Your email address will not be published.

seven − six =