ଅଧାରୁ ବନ୍ଦ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶନ କାଟଛାଂଟ ହେବ । ଖୁବଶୀଘ୍ର ଅଧିବେଶନ ବନ୍ଦ ହୋଇଯିବ । ସଂକ୍ରମଣ ବଢ଼ିବାରୁ ଏବଂ ପ୍ରାୟ ୩୦ ଜଣ ସାଂସଦ କରୋନା ସଂକ୍ରମିତ ହୋଇଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ସନ୍ଧ୍ୟାରେ ଗୃହକାର୍ଯ୍ୟ ପରିଚାଳନା ପରାମର୍ଶଦାତା କମିଟି ବୈଠକରେ ବିରୋଧୀ ଦଳ ସହ ପରାମର୍ଶ କରିବାପରେ ସରକାର ଏହି ନିଷ୍ପତି ନେଇଛନ୍ତି । ଅଧିବେଶନରେ ଅଂଶଗ୍ରହଣ କରିଥିବା ୩ ଜଣ ସାଂସଦ ଚଳିତ ସପ୍ତାହରେ କରୋନା ସଂକ୍ରମିତ ହେବାପରେ ସରକାର ଅନ୍ୟ ସାଂସଦମାନଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି । ସରକାର ବିରୋଧୀ ଦଳ ମାନଙ୍କ ସହ ଏନେଇ ବିଚାରବିମର୍ଶ କରିଛନ୍ତି । ଅଧିକାଂଶ ନେତା ଅଧିବେଶନ କାଟଛାଂଟ କରିବା ସପକ୍ଷରେ ଅଛନ୍ତି ବୋଲି ଜଣାପଡ଼ିଛି । ଲୋକସଭା ଅଧିବେଶନ ଆସନ୍ତା ସପ୍ତାହ ବୁଧବାର ଶେଷ ହେବ ବୋଲି ଆଶା କରାଯାଉଛି । ସେହିପରି ଅନୁରୂପ ଭାବେ ରାଜ୍ୟସଭା ଅଧିବେଶନ ମଧ୍ୟ ଶେଷ ହେବ । ଉଲ୍ଲେଖଯୋଗ୍ୟ, ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରାୟ ୩୦ ସାଂସଦ କୋଭିଡ ପଜିଟିଭ ଥିବା ଜଣାପଡ଼ିଥିଲା । କିନ୍ତୁ ଅଧିବେଶନ ଆରମ୍ଭ ହେବାପରେ ଚଳିତ ସପ୍ତାହରେ ପୁଣି ୩ ଜଣ ସାଂସଦ କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପ୍ରହ୍ଲାଦ ପଟେଲ୍ ଏବଂ ବିଜେପିର ରାଜ୍ୟସଭା ସଦସ୍ୟ ବିନୟ ସହସ୍ରବୁଦେ୍ଧ । କିନ୍ତୁ ଅଧିବେଶନ ଶେଷ ହେବା ପୂର୍ବରୁ ସରକାର ସଂସଦରେ ୧୧ଟି ବିଲ୍ ଗୃହୀତ କରିବାକୁ ଚାହିଛନ୍ତି । ଏଯାବତ୍ ଲୋକସଭାରେ ୩ଟି ସଂକ୍ରାନ୍ତ ବିଲ୍ ଗୃହୀତ ହୋଇଥିବାବେଳେ ଉଭୟ ଗୃହରେ ସାଂସଦଙ୍କ ୩୦ ପ୍ରତିଶତ ଦରମା କାଟ ବିଲ୍ ଗୃହୀତ ହୋଇଛି । ପୂର୍ବ ସୂଚୀ ଅନୁଯାୟୀ, ଅଧିବେଶନ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା ।

Leave A Reply

Your email address will not be published.

four × one =