୬ ରବି ଫସଲର ସର୍ବନିମ୍ନ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: କୃଷକ ବିଲ୍କୁ ନେଇ ସରକାରଙ୍କୁ ବିରୋଧୀ ଦଳ ଏବଂ କୃଷକ ସଂଗଠନ ଗୁଡ଼ିକ ସରକାରଙ୍କୁ ଉଭୟ ସଂସଦ ଭିତରେ ଏବଂ ବାହାରେ ଘେରିଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ କୃଷକମାନଙ୍କ ପାଇଁ ଥିବା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉଠିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ଆଶଙ୍କାକୁ ସରକାର ଏକ ପ୍ରକାର ଦୂର କରିଛନ୍ତି । ଆସନ୍ତା ରବି ଋିତୁ ପାଇଁ ସରକାର ୬ଟି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି । ଅପରାହ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହାପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ବରି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଗହମର ସର୍ବନିମ୍ନ ମୂଲ୍ୟ ଆସନ୍ତା୍ ଅମଳ ଋତୁରେ କ୍ୱିଂଟାଲ ପିଛା ୧୯୭୫ ଟଙ୍କା ରହିବ । ସେହିଭଳି ଚଣା ମୂଲ୍ୟରେ ୨୨୫ ଟଙ୍କା, ମସୁର ମୂଲ୍ୟରେ ୩୦୦ ଟଙ୍କା, ସୋରିଷ ମୂଲ୍ୟରେ ୨୨୫ ଟଙ୍କା, ବାର୍ଲି ମୂଲ୍ୟରେ ୭୫ ଟଙ୍କା ଏବଂ କୁସୁମ ମୂଲ୍ୟରେ ୧୧୨ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ରବି ଫସଲ ପାଇଁ ସାଧାରଣ ଅକ୍ଟୋବର ମାସରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଥାନ୍ତି । ଏହି ମୂଲ୍ୟରେ ଚାଷୀଙ୍କ ଠାରୁ ସରକାର ଫସଲ ସଂଗ୍ରହ ମଧ୍ୟ କରିଥାନ୍ତି । ୨୦୧୮-୧୯ ବଜେଟ୍ରେ ଘୋଷଣା କରାଯାଇଥିବା ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣା ଆଧାରରେ ଏମ୍ଏସ୍ପି ଧାର୍ଯ୍ୟ କାଯାଇଛି । ସେହି ଅନୁସାରେ ଚାଷୀମାନଙ୍କୁ ଗହଣାମ ଉପରେ ୧୦୬ ପତିଶତ, ସୋରିଷରେ ୯୩ ପ୍ରତିଶତ, ଡାଲିରେ ୭୮ ପ୍ରତିଶତ ଓ ବାର୍ଲିରେ ୬୫ ପତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ । ପ୍ରକୁ୍ୟରମେଂଟ୍ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଚାଷୀମାନଙ୍କୁ ମୂଲ୍ୟ ସହାୟତା ଦେବା ଜାରି ରଖିବେ । ଡାଲିକୁ ନେଇ ସରକାର ଏକ ବଫର ଷ୍ଟକ ଗଠନ କରଛନ୍ତି । ମୂଲ୍ୟ ସ୍ଥିରତା ପାଣ୍ଠିକୁ ବ୍ୟବହାର କରି ଡାଲି କିଣା ହେଉଛି । କରୋନା ମହାମାରୀ ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯିବା ସତ୍ୱେ ସରକାର ରେକର୍ଡ ୩୯୦ ଲକ୍ଷ ଟନ୍ ଗହମ ସଂଗ୍ରହ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୪୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୧୯-୨୦ରେ ୩୯୦ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା । କରୋନା ସମୟରେ ଗହମ ଓ ତୈଳବୀଜ ସଂଗ୍ରହ କେନ୍ଦ୍ର ସଂଖ୍ୟା ଯଥାକ୍ରମେ ୧.୫ ଗୁଣା ଓ ୩ ଗୁଣା ବୃଦ୍ଧି କରାଯାଇଛି । ମହମାରୀ ସମୟରେ ୭୫ ହଜାର ଟଙ୍କା ମୂଲ୍ୟର ଗହମ ସଂଗ୍ରହ କରାଯାଇଛି ଯାହା ଗତବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ।

Leave A Reply

Your email address will not be published.

5 − two =