ମଥୁରା: ଇତରପ୍ରଦେଶର ମଥୁରାସ୍ଥିତ କୃଷ୍ଣ ଜନ୍ମଭୂମିସ୍ଥଳର ସମଗ୍ର ୧୩.୩୭ ଏକର ଜାଗାର ମାଲିକାନା ଏବଂ ସହରରେ ଶ୍ରୀକୃଷ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍ଗାହ ମସ୍ଜିଦ୍ର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ଇଦ୍ଗାହ ମସ୍ଜଦ୍ର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ରଞ୍ଜନ ଅଗ୍ନିହୋତ୍ରୀ ଏବଂ ଅନ୍ୟ ଛଅ ଜଣ ଏହି ଦେବାନୀ ମାମଲାକୁ ଓକିଲ ହରିଶଙ୍କର ଜୈନ ଓ ବିଷ୍ଣୁ ଜୈନ ରୁଜୁ କରିଛନ୍ତି । ମାମଲାର ପ୍ରତିବାଦୀ ଭାବରେ ଉତରପ୍ରଦେଶ ସୁନ୍ନି ସେଂଟ୍ରାଲ ବାକଫ୍ ବୋର୍ଡ ଏସଂ ସାହି ମସ୍ଜିଦ୍ ଇଦ୍ଗାହ ପରିଚାଳନା ଟ୍ରଷ୍ଟି କମିଟି ରହିଛନ୍ତି । ମାମଲାର ଆବେଦନ ଅନୁସାରେ, ୧୬୫୮ ଜୁଲାଇ ୩୧ରୁ ୧୭୦୭ ମାର୍ଚ୍ଚ ୩ ଯାଏ ଭାରତକୁ ଶାସନ କରୁଥିବା ମୋଗଲ ସମ୍ରାଟ ଆଉରଙ୍ଗଜେବ ଦେଶରେ ସଂଖ୍ୟାଧିକ ହିନ୍ଦୁ ମନ୍ଦିର ଓ ଧାର୍ମିକ ସ୍ଥଳ ଧ୍ୱଂସ କରିଦେବା ପାଇଁ ନିଦେ୍ର୍ଧଶ କରିଥିଲେ । ୧୬୬୯ରୁ ୭୦ ମସିହା ଭିତରେ ସଂଘଟିତ ଏହି ଧ୍ୱଂସଲୀଳା ମଧ୍ୟରେ ମଥୁରାର କାତ୍ରା କେଶବଦେବସ୍ଥିତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ରହିଥିଳା । ଆଉରଙ୍ଗଜେବଙ୍କ ସିପାହୀମାନେ କେଶବ ଦେବ ମନ୍ଦିର ଧ୍ୱଂସ କରିବାରେ ଆଂଶିକ ସଫଳ ହୋଇଥିଲେ ଏବଂ ସେଠାରେ ବଳପୂର୍ବକ ଇଦ୍ଗାହ ମସ୍ଜିଦ୍ ନିର୍ମାଣ କରାଯାଇଥିଲେ । ଏହାର ଟ୍ରଷ୍ଟ କମିଟି କିଛି ମୁସଲିମ୍ଙ୍କ ସହାୟତାରେ ସେଠାରେ ବଡ଼ ଧରଣର ନିର୍ମାଣ କରିବା ସହ କାତ୍ରା କେଶାବ ଦେବଙ୍କର ସ୍ଥାନ ମଧ୍ୟ ମାଡ଼ି ବସିଥିଲେ ।