ଅର୍ଥରାଶି ଅନ୍ୟତ୍ର ସ୍ଥାନାନ୍ତର ହୋଇନି, ଜିଏସ୍ଟି ରିପୋର୍ଟକୁ କେନ୍ଦ୍ରର ଖଣ୍ଡନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୁଇଟି ଆର୍ଥିକ ବର୍ଷରେ ପ୍ରାୟ ୪୭ ହଜାର କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶି ଅନ୍ୟତ୍ର ସ୍ଥାନାନ୍ତର କରିଥିବା ନେଇ ସିଏଜି ସୂଚନା ଦେଇଥିଲେ । ସିଏଜି ଦାବି ଉପରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ଜିଏସ୍ଟି କ୍ଷତିପୂରଣ ରାଶି ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ ବୋଲି ସରକାର କହିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଖଣ୍ଡପ କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟକୁଡ଼ିକୁ ସମସ୍ତ ଜିଏସ୍ଟି କ୍ଷତିପୂରଣ ପ୍ରଦାନ କରାଯାଇଛି । କ୍ଷତିପୂରଣ ସେସ୍ ଆକାରରେ ଯାହା ସଂଗ୍ରହ ହୋଇଥିଲା ତାହାକୁ ଶେଷ ହିସାବ ପାଇଁ ରଖାଯାଇଥିଲା । ତାହାକୁ ଅନ୍ୟତ୍ର ବ୍ୟବହାର କୁହାଯାଇପାରିବ ନାହିଁ । ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ ଟିକସ ଓ ସେସ୍ ବାବଦରେ ଯାହା ସଂଗ୍ରହ କରାଯାଏ ତାହାକୁ ଭାରତୀୟ ସଂଗଠିତ ପାଣ୍ଠିରେ ପ୍ରଥମେ ରଖାଯାଏ । ସେଠାରୁ ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ସଂଗ୍ରହ ହୋଇଥିବା ଟିକସର ଚୂଡ଼ାନ୍ତ ରାଶି ଆର୍ଥିକ ବର୍ଷ ଶେଷ ହେବା ପରେ ଜଣାପଡେ଼ । ତେଣୁ ଆକଳନ ଠାରୁ ଯାହା ଅଧିକ ଆୟ ହୋଇଥାଏ ତାହା ଭାରତୀୟ ସଂଗଠିତ ପାଣ୍ଠିରେ ରହିଯାଏ ।
ତେଣୁ କିଛି ଦିନ ପାଇଁ ସଂଗଠିତ ପାଣ୍ଠିରେ ଟଙ୍କା ରହିଯିବାକୁ କୌଣସି ପ୍ରକାରରେ ଅନ୍ୟତ୍ର ସ୍ଥାନାନ୍ତର କୁହାଯାଇପାରିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି ।

Leave A Reply

Your email address will not be published.

18 − four =