ଉମଙ୍ଗ ଆପରେ ପାଣିପାଗ ସୂଚନା

ନୂଆଦିଲ୍ଲୀ- ଉମଙ୍ଗ ଆପ୍ ଜରିଆରେ ଲୋକମାନେ ପାଇପାରିବେ ପାଣିପାଗ ସଂକ୍ରାତୀୟ ତଥ୍ୟ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯିବ । ଏହି ଆପ୍ ରେ ନିଜ ସହରର ତାପମାତ୍ରା, ଆର୍ଦ୍ରତା, ବର୍ଷାର ପରିମାଣ ଓ ପବନର ବେଗ ସମ୍ପର୍କରେ ଜାଣିହେବ । ୧୫୦ ଟି ସହରର ପାଣିପାଗ ବିଷୟରେ ଦିନକୁ ୮ ଥର ସୂଚନା ଦିଆଯିବ । ୪୫୦ ଟି ସହରର ଗତ ୨୪ ଘଂଟା ଓ ଆଗାଗୀ ୭ ଦିନ ପର୍ଯ୍ୟନ୍ତ କିପରି ପାଗ ରହିବ ସେ ନେଇ ସୂଚନା ଦେବ । ଏତଦ ବ୍ୟତୀତ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଚନ୍ଦ୍ର ଉଦୟ ଓ ଚନ୍ଦ୍ର ଅସ୍ତ ସମ୍ପର୍କରେ ମଧ୍ୟ ସୂଚନା ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ ଉମଙ୍ଗ ଆପ୍ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.

15 + 14 =