ଓଡ଼ିଶା ହାଇକୋର୍ଟଙ୍କ ମତାମତକୁ କେନ୍ଦ୍ରର ଅପେକ୍ଷା

ନୂଅ।ଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଯଶବନ୍ତ ସିଂହ କମିଶନର ସୁପାରିସ୍ ଓ ସୁପ୍ରିମ୍ କୋର୍ଟ ୨୦୦୦ରେ ଦେଇଥିବା ନିର୍ଦ୍ଦେଶ ଅ।ଧାରରେ ହେବ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିସ ଓ ଏହାଥପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ଅନୁମୋଦନ ମଧ୍ୟ ଅ।ବଶ୍ୟକ ପଡ଼ିଥାଏୟ ଓଡ଼ିଶାର ପଞ୍ଚିମାଞ୍ଚଳରେ ଏବଂ ଦକ୍ଷିଣାଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିୟମ ମୁତାବକ କେନ୍ଦ୍ର ସରକାର ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ନିକଟକୁ ମତାମତ ଲାଗି ପଠାଇଛନ୍ତି ବୋଲି କେନ୍ଦ୍ର ଅ ।ଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରି ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ସାଂସଦ ପ୍ରସନ୍ନ ଅ।·ର୍ଯ୍ୟ ସଂସଦର ନ୍ତଜିରୋ ଅ।ଓ୍ାର’ରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏକ ପ୍ରଶ୍ନ କରିଥିଲେ । ଏ ପ୍ରସଙ୍ଗରେ ଅ ।ଇନ୍ ମନ୍ତ୍ରୀ ଶ୍ରୀ ପ୍ରସାଦ ସାଂସଦ ଶ୍ରୀ ଅ।ଚାର୍ଯ୍ୟଙ୍କୁ ଏକ ପତ୍ର ଲେଖି ଏ ବିଷୟ ସ୍ପଷ୍ଟ କରି ଦେଇଛନ୍ତି । ନିଜ ପତ୍ରରେ ଅ।ଇନ ମନ୍ତ୍ରୀ ଶ୍ରୀ ପ୍ରସାଦ ଲେଖିଛନ୍ତି ଯେ ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର ଏ ସଂପର୍କରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବି·ରପତିଙ୍କୁ ପତ୍ର ଲେଖି ତାଙ୍କର ମତାମତ ଲୋଡ଼ିଥିଲେୟ କିନ୍ତୁ ଏ ଯାବତ ମାନ୍ୟବର ହାଇକୋର୍ଟଙ୍କ ଠାରୁ କେଣସି ଉତ୍ତର ଅ।ସିନାହିଁ । ୨୦୧୯ ଜାନୁଅ।ରି ୧୨ ତାରିଖରେ ଓଡ଼ିଶା ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ପତ୍ର ଲେଖାଯାଇ ଏ ବାବଦରେ ଅବଗତ କରାଯାଇଛି ।

Leave A Reply

Your email address will not be published.

four × three =