ନୂଆଦିଲ୍ଲୀ: ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରିବର୍ତନ କରାଯିବ ନାହିଁ ବୋଲି ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଏ ଚେଲାକୁମାର କହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଖୁବଶିଘ୍ର ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି କମିଟି ଗଠନ କରାଯିବ । ନେତୃତ୍ୱ ପରିବର୍ତନ ନେଇ ବାରମ୍ବାର ଦାବି ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତିଯେ, ଏବେ ରାଜ୍ୟ କଂଗ୍ରେସ ନେତା ମାନଙ୍କୁ ଦିଲ୍ଲୀ ଆସିବା ପାଇଁ ମନା କରାଯାଇଛି । ଦଳକୁ ସୁସଂଗଠିତ ଏବଂ ମଜବୁତ କରିବାପାଇଁ ସେ ଓଡିଶାରେ ରହିବା ପାଇଁ ସୂଚନା ଦେଇଛନ୍ତି ।