ଏଲ୍ପିଜି କିଣିଲେ ଓଟିପି ଦେଖାଇବାକୁ ପଡିବ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରୁ ଦେଶରେ ଏଲ୍ପିଜି ଡେଲିଭରି ନିୟମ ବଦଳିଯିବ । ଗ୍ୟାସ୍ ବୁକିଂ ବେଳେ ମିଳିଥିବା ଓଟିପି ଦେଖାଇଲେ ଡେଲିଭରି ମ୍ୟାନ୍ ସଂପୃକ୍ତ ଗ୍ରାହକଙ୍କୁ ଏଲପିଜି ଭର୍ତି ସିଲିଣ୍ଡର ହସ୍ତାନ୍ତର କରିବେ । ଗ୍ୟାସ୍ ଚୋରିକୁ ରୋକିବା ପାଇଁ ସରକାରୀ କମ୍ପାନି ଗୁଡ଼ିକ ଏହି ପଦକ୍ଷେପ ନେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟୟରେ ନଭେମ୍ବର ପହିଲାରୁ ଏହି ବ୍ୟବସ୍ଥା ଦେଶର ୧୦୦ଟି ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେବ । ଫଳରେ ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ଯୋଜନା ଲାଗୁହେବ । ବର୍ତମାନ ପରୀକ୍ଷାମୂଳକ ଭାବେ ରାଜସ୍ଥାନର ଜୟପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ୧୦୦ଟି ସ୍ମାର୍ଟସିଟିରେ ଉକ୍ତ ଯୋଜନାର ଅଗ୍ରଗତି ଏବଂ ସଫଳତା ଆଧାରରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରାଯିବ । ସରକାରୀ ତୈଳ କମ୍ପାନି ଗୁଡ଼ିକ ପକ୍ଷରୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନା ନାମ ଡେଲଳିଭରି ଅଥେଂଟିକେସନ୍ କୋଡ (ଡିଏସି) ରଖାଯାଇଛି । ନୂଆ ବ୍ୟବସ୍ଥାରେ ଜଣେ ଗ୍ରାହକ ଏଲ୍ପିଜି ବୁକ୍ କରିବା ସମୟରେ ତାଙ୍କ ମୋବାଇଲ ଫୋନକୁ ଓଟିପି ପଠାଯିବା ଡେଲିଭରି ପର୍ସନ ଘରେ ଏଲ୍ପିଜତ ପ୍ରଦାନ କରିବା ସମୟରେ ଗ୍ରାହକଙ୍କୁ ସେହି ଓଟିପିକୁ ଦେଖାଇବାକୁ ହେବ । ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ୍ ହୋଇ ନଥିଲେ ଏକ ଆପ୍ ମାଧ୍ୟମରେ ଡେଲିଭରି ପର୍ସନ ଏହାକୁ ଅପଡେଟ୍ କରି କୋଡ୍ ଜେନେରେଟ୍ କରିବା ଯେଉଁ ଗ୍ରାହକଙ୍କ ଠିକାଣା ଓ ମୋବାଇଲ ନମ୍ବର ଭୁଲ ରହିଛି ସେମାନେ ଗ୍ୟାସ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ । ଏପରିକି ସେମାନଙ୍କ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯାଇପାରେ । ତେବେ ଏହି ଯୋଜନା ବାଣିଜି୍ୟକ ସିଲିଣ୍ଡର ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଓଡ଼ିଶାରେ ଦୁଇଟି ସ୍ମାର୍ଟ ସିଟି ଯାଥା ଭୁବନେଶ୍ୱର ଏବଂ ରାଉରକେଲାରେ ୩ଟି ଯାକ ତେଲ କମ୍ପାନିର ପାଖାପାଖି ୪୫ ଜଣ ବିତରକ ରହିଛନ୍ତି । ଭୁବନେଶ୍ୱରରେ ପ୍ରାୟ ୩୪ ଜଣ ଏବଂ ରାଉରକେଲାରେ ୧୧ ଜଣ ବିତରକ ଅଛନ୍ତି । ସେମାନେ ପ୍ରାୟ ୫ ଲକ୍ଷ ୫୫ ହଜାର ଏଲ୍ପିଜି ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଇ ଦେଉଛନ୍ତି । ଦୁଇଟି ଯାକ ସହରରେ ଆଇଓସିଏଲର ୧ ଲକ୍ଷ ୮୦ ହଜାର, ଏଚପିସିଏଲର ୨ ଲକ୍ଷ ୨୫ ହଜାର ଏବଂ ବିପିସିଏଲର ୧ ଲକ୍ଷ ୬୦ ହଜାର ଗ୍ରାହକ ଅଛନ୍ତି ବୋଲି ତୈଳ କମ୍ପାନିର ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି । ସେମାନଙ୍କୁ ଗ୍ୟାସ ପାଇବା ପାଇଁ ଓଟିପିର ଆବଶ୍ୟକତା ରହିଛି । ତେବେ ଏହି ଯୋଜନାର ସଫଳତାରେ କେତେକ ପ୍ରତିବନ୍ଧକ ରହିଛି । ସେଥିରୁ ଗୋଟିଏ ହେଲା ଡେଲିଭରି ପର୍ସନ ଘରେ ପହଂଚିବା ସମୟରେ ଓଟିପି ଯାଇଥିବା ମୋବାଇଲ ନମ୍ବର ବ୍ୟବହାର କରୁଥିବା ବ୍ୟକ୍ତି ଘରେ ଥିବା ଆବଶ୍ୟକ । ନଚେତ୍ ଡେଲିଭରି ଦେବାରେ ବିଳମ୍ବ ହେବ । ସେହିଭଳି ଡେଲିଭରି ପର୍ସନ ନିକଟରେ ମଧ୍ୟ ଏଥିପାଇଁ ସ୍ମାର୍ଟଫୋନ୍ ଥିବା ଦରକାର । କିନ୍ତୁ ଏପର୍ଯ୍ୟନ୍ତ ସବୁ ଡେଲିଭରି ପର୍ସନଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ । ତେଣୁ ଏସବୁ ପ୍ରତିବନ୍ଧକକୁ ଦୂର କରାଗଲେ ଉକ୍ତ ଯୋଜନାକୁ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

19 + 4 =