ଜାତୀୟ ରାଜପଥରେ ଶୁଖିଲା ଖାଦ୍ୟ ବଂଟନ

ଯାଜପୁର: ଗୁରୁବାର ଦିନ ଆଶ୍ୱାସନା ପକ୍ଷରୁ ଜାତୀୟ ରାଜପଥ ୫ଠାରେ କୁଆଖିଆଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଲକଡାଉନ୍ ପାଇଁ ବିଭିନ୍ନ ଅସୁବିଧାରେ ଚାଲି ଚାଲି ଯାଉଥିବା ପ୍ରବାସୀ ଓଡ଼ିଆଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟଜଳ ବିତରଣ କରାଯାଇଥିଲା । ପରେ ଚଣ୍ଡିଖୋଲର ପ୍ରସିଦ୍ଧ ପର୍ଯ୍ୟଟନର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହାବିନାୟକ ପୀଠ ଯାହା ଏଠାରେ ଥିବା ମାଙ୍କଡମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି, ହେଲେ ଏ ମହାମାରୀ କରନା ପାଇଁ ଏହି ପୀଠ ସମ୍ପୂର୍ଣ୍ଣ ଶୂନ୍ଶାନ୍ ଓ ପର୍ଯ୍ୟଟକମାନେ ବି ଆସୁନାହାନ୍ତି ଏହି ପୀଠରେ ମାଙ୍କଡମାନେ ପୀଠକୁ ଆସୁଥିବା ଭକ୍ତଙ୍କ ବିଭିନ୍ନ ପ୍ରକାର ଭୋଗ ବା କଦଳୀ ଖାଇ ଜୀବନ ନିର୍ବାହ କରନ୍ତି ଯାହା କିଛିଦିନ ହେବ ବନ୍ଦ ହୋଇଯାଇଛି । ଆଶ୍ୱାସନାର ସଦସ୍ୟମାନେ ସେଠାକୁ ଯାଇ ମାଙ୍କଡ ଓ ଗାଇମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଥିଲେ । ଆଶ୍ୱାସନା ପକ୍ଷରୁ ସଭାପତି ସୁବ୍ରତ ଜେନା, କୋଷାଧ୍ୟକ୍ଷ ଅସିତ୍ ବେହେରା, ସକି୍ରୟ ସଦସ୍ୟ ସୁକାନ୍ତ ନାୟକ ଓ ଦୀପକ ଭରଦ୍ୱାଜ ପ୍ରମୁଖ ଏହି କାର୍ଯ୍ୟ ସମ୍ପାଦନା କରିଥିଲେ ।

Leave A Reply

Your email address will not be published.

3 − 3 =