ମିଳିଲା ବାତ୍ୟା ଅଗ୍ରୀମ

୧୦ ଜିଲ୍ଲା ପ୍ରଭାବିତ
୧ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ
୪୪ ଲକ୍ଷ ଲୋକ ପ୍ରଭାବିତ
କେହି ମୃତ୍ୟୁବରଣ କରିନାହାନ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବାର ୨୪ ଘଂଟା ନ ପୁରୁଣୁ ଆଜି ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ମିଳିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏ ନେଇ ସେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ ।ସୂଚନାଯୋଗ୍ୟ ଯେ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆକାଶମାର୍ଗରୁ ରାଜ୍ୟର ମହାବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ପରେ ପୁନରୁର୍ଦ୍ଧାର ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଥିଲେ ।ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଯୋଗୁ ଉପକୂଳବର୍ତୀ ଓଡ଼ିଶାର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁ କୃଷିକାର୍ଯ୍ୟ ଅଧିକ ପ୍ରଭାବିତ ହୋଇଛି । ମୋଟ ୧ ଲକ୍ଷ ହେକ୍ଟର ଜମିରେ ·ଷ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ।ମହାବାତ୍ୟା ୯୨ଟି ବ୍ଲକର ୯୮୩୩ଟି ଗାଁକୁ ପ୍ରଭାବିତ କରିଛି । ଏଥିସହିତ ୨୨ଟି ପୌରାଂଚଳର ୨୭୨ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଥିଲା । ମୋଟ ୪୪ ଲକ୍ଷ ୪୪ ହଜାର ୮୯୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୫୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ୧୫ ହଜାର ଘର ଆଂଶିକ ରୂପେ ଭାଙ୍ଗିଛି । କିନ୍ତୁ ଖୁସିର ବିଷୟ ଯେ, ବାତ୍ୟା ଯୋଗୁ କୌଣସି ମଣିଷର ଜୀବନ ଯାଇନାହିଁ । ବାତ୍ୟା ଯୋଗୁ ବିଦୁ୍ୟତ ଭିତିଭୂମି ପ୍ରଭାବିତ ହୋଇଛି । ରାଜ୍ୟର ୩୪ କି.ମି. ୩୩ କେଭି, ୪୫୩ କି.ମି. ୧୧ କେଭି ବିଦୁ୍ୟତ ନଷ୍ଟ ହୋଇଛି । ସେହିପରି ୬୮୦ କିମି. ଏଲ୍ଟି ଲାଇନ, ୨୪୩୯ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଛି । ବାତ୍ୟା ଯୋଗୁ ମତ୍ସ୍ୟଜୀବୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ୧୪ଟି ମାଛଧରା ଡଙ୍ଗା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ୪୧ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁଗଛ ନଷ୍ଟ ହୋଇଛି । ସେହିପରି ୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୨ଟି ପୋଲ ଭାଙ୍ଗିଥିବା ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି । ଉପକୂଳବର୍ତୀ ଜିଲ୍ଲାର ୬୪୬ଟି ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ଟି ପ୍ରାଥମିକ ସ୍କୁଲ କୋଠା ଭାଙ୍ଗିଛି । ବାତ୍ୟା ଯୋଗୁ ୨୯୮ଟି ପଂଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରାଜ୍ୟ ସରକାରଙ୍କ ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.

two × four =