ରୋଗ ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲାରେ ବୟସ୍କ ଲୋକଙ୍କ ପାଇଁ ସହାୟକ ହୋଇପାରେ ବିସିଜି ଟିକା । ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ତେବେ ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି । ଆଇସିଏମଆର ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୮୬ଜଣ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ଟିକା ଦିଆଯାଇଥିଲା ବେଳେ ୩୨ ଜଣଙ୍କୁ ଯିକା ଦିଆନଯାଇ ଅନୁଧ୍ୟାନରେ ରଖାଯାଇଥିଲା । ଟିକା ଦେବାର ଗୋଟିଏ ମାସ ପରେ ଗବେଷକମାନେ ସେମାନଙ୍କର ଅନୁଧ୍ୟାନ କରିଥିଲେ । ଏଥିରେ ଦେଖାଯାଇଥିଲା ଟିକା ନେଇଥିବା ଲୋକଙ୍କ ଦେହରେ କୋଭିଡ୍ ବିରୋଧରେ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ।

Leave A Reply

Your email address will not be published.

10 + nine =