ଜିଡିପି ୮.୬% କମିବ : ଆରବିଆଇ

ନୂଆଦିଲ୍ଲୀ: ଜୁଲାଇ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୟ ମାସିକରେ ଦେଶର ବିକାଶ ହାର (ଜିଡିପି)
୮.୬% ହ୍ରାସ ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆକଳନ କରିଛି ।
ତେବେ ଆରବିଆଇର ଏହି ଆକଳନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ
ଆରବିଆଇ ଆକଳନ କରିଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାଧ୍ୟରେ ଦେଶ ପ୍ରଥମଥର ପାଇଁ ଏକ ଐତିହାସିକ
ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲରୁ ଜୁନ ମଧ୍ୟରେ ଶେଷ ହୋଇଥିବା
ତ୍ରୟ ମାସିକରେ ଦେଶର ଜିଡିପି ୨୩.୯% ହ୍ରାସ ପାଇଥିଲା ।

Leave A Reply

Your email address will not be published.

4 + three =