ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସିବିଆଇ ଯାଞ୍ଚ ପାଇଁ ରାଜ୍ୟର ଅନୁମତି ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସିବିଆଇ ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ବାଧ୍ୟତାମୂଳକ ଏବଂ ରାଜ୍ୟ ସରକାରଙ୍କ ବିନା ଅନୁମତି ବିନା କେନ୍ଦ୍ର, ଅନୁସନ୍ଧାନକାରୀ ସଂସ୍ଥାକୁ ଯାଞ୍ଚ ନିର୍ଦେଶ ଦେଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଯେଉଁ ରାଜ୍ୟକୁ ତଦନ୍ତ ପାଇଁ ଯିବାକୁ ଚାହିଁବେ ସେ ନେଇ ପ୍ରଥମେ ସେମାନଙ୍କୁ ଉକ୍ତ ରାଜ୍ୟସରକାରଙ୍କ ଅନୁମତି ନେବାକୁ ହେବ । ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ ୧୯୪୬ ଅଧିନରେ ସିବିଆଇ ପରିଚାଳିତ ହେଉଛି । ଏଥିରେ କୁହାଯାଇଛି ଯେ, କୌଣସି ମାମଲାର ଯାଞ୍ଚ ପୂର୍ବରୁ ମାମଲା ସହିତ ଜଡିତ ରାଜ୍ୟର ଅନୁମତି ନେବା ଜରୁରୀ । ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତା ଭାଗବଂଟାରେ ପୋଲିସ ରାଜ୍ୟ ସରକାରଙ୍କ ଅଧିନରେ ରହିଛି । ସମସ୍ତ ମାମଲାର ପ୍ରଥମ ଯାଞ୍ଚର ଅଧିକାର ପୋଲିସ ପାଖରେ ରହିଛି । ହେଲେ ବେଳେ ବେଳେ କିଛି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବଶ୍ୟକ ପଡିଥାଏ । ଏହାକୁ ହୃଦୟଙ୍ଗମ କରି କେନ୍ଦ୍ରସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥାନ୍ତି । ହେଲେ ଏବେ ସୁପ୍ରିମକୋର୍ଟ ଦେଇଥିବା ରାୟ ମୁତାବକ କେନ୍ଦ୍ରସରକାରଙ୍କ ଅନୁମତି ପରେ ରାଜ୍ୟ ସରକାରଙ୍କ ସହମତି ରହିଲେ ହିଁ ଉକ୍ତ ମାମଲାର ଯାଞ୍ଚ ସିବିଆଇ କରିପାରିବ । ଅନ୍ୟପଟେ କିଛିଦିନ ହେବ ବିଭିନ୍ନ ରାଜ୍ୟର ସରକାର ଅଭିଯୋଗ ଆଣୁଛନ୍ତି ଯେ, କେନ୍ଦ୍ରସରକାର ନିଜର ସ୍ୱାର୍ଥ ହାସଲ ପାଇଁ ସିବିଆଇକୁ ବ୍ୟବହାର କରୁଛନ୍ତି । ଏଭଳି ଅଭିଯୋଗ ଆଣି ମହାରାଷ୍ଟ୍ର ଝାଡଖଣ୍ଡ, କେରଳ ଭଳି ୮ଟି ରାଜ୍ୟ ସିବିଆଇକୁ ରାଜ୍ୟସରକାରଙ୍କ ବିନା ଅନୁମତିରେ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ବିଧାନସଭାରେ ଏକ ବିଲ୍ ପାରିତ କରିଛନ୍ତି ।

Leave A Reply

Your email address will not be published.

20 + 18 =