କାନାଡାରୁ ଫେରିବ କାଶୀ ମନ୍ଦିରର ଅନ୍ନପୂର୍ଣ୍ଣା ବିଗ୍ରହ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳର ଦ୍ୱିତୀୟ ପର୍ଯ୍ୟାୟରେ ୧୮ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ପ୍ରଥମେ ଏକ ଖୁସି ଖବର ଦେଇଥିଲେ । ଯାହାକି ଭାରତର ଦେବୀ ଅର୍ଣ୍ଣପୂର୍ଣ୍ଣାଙ୍କ ଶହେବର୍ଷ ପୁରୁଣା ମୂର୍ତି କାନାଡାରୁ ଫେରସ୍ତ ଅଣାଯିବ । ଯାହାକୁ କି କାଶୀର ଏକ ମନ୍ଦିରରୁ ଚୋରୀ କରି ବିଦେଶ ନିଆଯାଇଥିଲା ।
ମୁଁ କାନାଡା ସରକାରଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି । ସେମାନେ ଭାରତୀୟ ମୂର୍ତିକୁ ଫେରସ୍ତ କରିବାକୁ ରାଜି ହୋଇଛନ୍ତି । ସଂସଦରେ ପାରିତ ହୋଇଥିବା ନୂତନ କୃଷି ବିଲ୍ କୃଷକ ମାନଙ୍କର ରୋଜଗାରର ଆଶାକୁ ସଂଚାରିତ କରିଛି । ବହୁ ବିଚାର ବିମର୍ଷ ପରେ ସଂସଦରେ ଏହି କାନୁନ୍ କୁ ପାରିତ କରାଯାଇଛି । ଏହା ଦ୍ୱାରା କେବଳ କୃଷକମାନେ ଲାଭାନ୍ୱିତ ହେବେ ନାହିଁ । ଶଷ୍ୟ ବିକ୍ରି କ୍ଷେତ୍ରରେ ଦୀର୍ଘଦିନ ହେବ ଚାଷୀ ଭାଇ ମାନେ ଯେଉଁ ବନ୍ଧନ ଭିତରେ ଥିଲେ ସେଥିରୁ ତାଙ୍କୁ ମୁକ୍ତି ମିଳିବାକୁ ଯାଉଛି । ଏବେ ଦେଶରେ ଅନେକ ସଂଗ୍ରାହାଳୟ ଓ ପାଠାଗାର ସମ୍ପୁର୍ଣ୍ଣ ଭାବେ ଡିଜିଟାଲାଇଜେନସନ ହେବାକୁ ଯାଉଛି । ଯାହା ଦ୍ୱାରା ଲୋକମାନେ ଘରେ ବସି ଜାତୀୟ ସଂଗ୍ରହାଳୟ ଓ ପାଠାଗାର ପରିଦର୍ଶନ କରିପାରିବେ । ଚଳିତ ମାସ ୧୨ ତାରିଖରୁ ଡାକ୍ତର ସଲିମ୍ ଅଲ୍ଲୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଆରମ୍ଭ ହୋଇଛି । ଡାକ୍ତର ସଲିମ୍ ପକ୍ଷୀ ମାନଙ୍କୁ ନେଇ ବେଶ୍ ଗବେଷଣା କରିଥିଲେ । ତାଙ୍କର ଏହି ଗବେଷଣା ଫଳରେ ବିଶ୍ୱବାସୀ ଏବେ ଭାରତର ପକ୍ଷୀ ଦୁନିଆ ପ୍ରତି ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି । ପୂର୍ବବର୍ଷ ନଭେମ୍ବରରେ ସାହିବ କରିଡର ଖୋଲିବା ମୋ ପାଇଁ ସବୁଠାରୁ ବଡ ଐତିହାସିକ କାର୍ଯ୍ୟଥିଲା ।

Leave A Reply

Your email address will not be published.

14 + 7 =