କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ

ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। କାନାଡ଼ା ପରେ ଏବେ ବ୍ରିଟେ​‌ନରୁ ସମର୍ଥନ ମିଳିଛି। ବ୍ରିଟେନ୍‌ କେତେଜଣ ସାଂସଦ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବ୍ରିଟେନ ସରକାର ଭାରତ ସରକାରଙ୍କ ସହିତ ଆଲୋଚନା କରିବାକୁ ସାଂସଦମାନେ ଦାବି କରିଛନ୍ତି।

ବିଭିନ୍ନ ଦେଶରେ ରହୁଥିବା ସିଖ୍‌ ଏବଂ ପଞ୍ଜାବୀ କୃଷକମାନେ ଏଥିରେ ସାମିଲ ହେଉଛନ୍ତି। ବ୍ରିଟେନର ୩୬ ଜଣ ସାଂସଦ, ଯେଉଁମାନେ ମୂଳ ଭାରତୀୟ ଏବଂ  ପଞ୍ଜାବ ସହିତ ଜଡ଼ିତ, ସେମାନେ ଭାରତର କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍‌ ରାବ୍‌ଙ୍କୁ ସେମାନେ ପତ୍ର ଲେଖି କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୋଦୀ ସରକାରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.

twenty − one =